ଧୀରେ ଆମେରିକା ଉପକୂଳ ଆଡକୁ ଆଗଉଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ

ଓ୍ଵାସିଂଟନ : ଆମେରିକାର ନର୍ଥ କାରୋଲିନା ଉପକୂଳ ଆଡକୁ ମୁହାଁଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ଧୀରେ ଧୀରେ ସ୍ଥଳଭାଗ ଆଡକୁ ଆଗଉଛି । ଏହା ଫଳରେ ଉପକୂଳରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି । କ୍ରମଶଃ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ଆମେରିକା ପାଣିପାଗ ବିଭାଗର ନ୍ୟାସନାଲ ହରିକେନ ସେଣ୍ଟରର  ଅନୁମାନ ଅନୁସାରେ ପବନର ବେଗ ଘଣ୍ଟାପ୍ରତି ୧୧୦ ମାଇଲ ଛୁଇଁପାରେ ଓ ସମୁଦ୍ର ଢେଉର ୧୩ ଫୁଟ ଉଚ୍ଚକୁ ଉଠିପାରେ । ଏହାକୁ ଏକ କାଟେଗୋରୀ-୨ ଝଡ଼ର ମାନ୍ୟତା ଦିଆଯାଇଛି । ଆମେରିକା ସମୟ ସକାଳ ୮ଟା ସୁଦ୍ଧା (ଭାରତୀୟ ସମୟ ସଂଧ୍ୟା ୫ଟା ୩୦) ସୁଦ୍ଧା ଏହା ନର୍ଥ କାରୋଲିନା ର ଓ୍ଵିଲିଂଟନ ଉପକୂଳଠାରୁ ୧୭୦ ମାଇଲ ଦୂରରେ ରହିଥିଲା । ଏହି ସାମୁଦ୍ରିକ ଝଡ଼ଟି ଶୁକ୍ରବାର ଦିନ ସକାଳ ସୁଦ୍ଧା (ଭାରତୀୟ ସମୟ ସଂଧ୍ୟା) ସୁଦ୍ଧା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଏହା ଝଡ଼ର ପ୍ରଭାବରେ ଆସନ୍ତା କାଲିପର୍ଯ୍ୟନ୍ତ ଆମେରିକାର ଏହି ଅଂଚଳରେ ପ୍ରବଳ ବର୍ଷା ଲାଗି ରହିବ ବୋଲି  ନ୍ୟାସନାଲ ହରିକେନ ସେଣ୍ଟର କହିଛି ।

ସମ୍ବନ୍ଧିତ ଖବର