ଆଦିତ୍ୟ ଏଲ-୧ ମିସନର ବିରଳ ସଫଳତା, ଦେଖାଇଲା ସୌର ଶିଖାର ଝଲକ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଆଦିତ୍ୟ-ଏଲ୍-୧ ମିଶନ ସୌର ଗବେଷଣାକ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଇସ୍ରୋର ଏହି ଅଭିଯାନ ଲଗ୍ରେଞ୍ଜ ପଏଣ୍ଟ-୧ ଆଡ଼କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଜାରି ରଖିଛି ଓ ଏହି ଯାତ୍ରା ସମୟରେ ସୌର ଶିଖା ବା ସୋଲାର ଫେ୍ଲୟର୍ସକୁ ରେକର୍ଡ କରିଛି ।

ଇସ୍ରୋର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍ ୧’ ସୌର ଶିଖା ବା ସୋଲାର ଫ୍ଲେୟର୍ସର ପ୍ରଥମ ହାଇ ଏନର୍ଜି ଏକ୍ସ-ରେ ଝଲକ ଦେଖାଇଛି । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ୨୯ ପରଠାରୁ ପ୍ରଥମ ପର୍ଯ୍ୟବେକ୍ଷଣ ଅବଧି ସମୟରେ ଆଦିତ୍ୟ ଏଲ୍-୧ ମହାକାଶଯାନରେ  ଲାଗିଥିବା ଏକ୍ସ-ରେ ସ୍ପେକ୍ଟ୍ରୋମିଟର ସୌର ଫ୍ଲେୟାରର ରେକର୍ଡ କରିଥିଲା ।

ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି ଯେ ସୌର ଯାନର ପ୍ରଥମ ଉଚ୍ଚ ଶକ୍ତି ବିଶିଷ୍ଟ ଏକ୍ସ-ରେ ଝଲକ ରେକର୍ଡ କରିବା ଏକ ସଙ୍କେତ ଯେ ଏହି ଅଭିଯାନ ଏପର୍ଯ୍ୟନ୍ତ ଆଶାନୁରୂପ କାର୍ଯ୍ୟ କରୁଛି । ସେପ୍ଟେମ୍ବର ୨, ୨୦୨୩ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିବା ଆଦିତ୍ୟ-ଏଲ୍-୧ ଅଭିଯାନ ମାଧ୍ୟମରେ ସୂର୍ଯ୍ୟର ଗତିଶୀଳତା ଏବଂ ପୃଥିବୀର ଜଳବାୟୁ ଉପରେ ଏହାର ପ୍ରଭାବ ବିଷୟରେ ବ୍ୟାପକ ଭାବରେ ବୁଝିବା ଲକ୍ଷ୍ୟ ରଖାଯାଇଛି।

 

ସମ୍ବନ୍ଧିତ ଖବର