ପ୍ରୟାଗରାଜ: ମଙ୍ଗଳବାର ରାତିରେ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ଏଯାଏଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆଉ ସମସ୍ତ ଆହତଙ୍କୁ କୁମ୍ଭକ୍ଷେତ୍ର ସେକ୍ଟର-୨ରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ପରିବାର ଲୋକେ କହିଛନ୍ତି ଭିଡ ସମୟର ଲୋମଟାଙ୍କୁରା କାହାଣୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଖି ବିହାରର ସୁରଜ କହିଛନ୍ତି ବୁଡ ପକାଇବା ବେଳେ ହଠାତ୍ ଭିଡ ବଢିଗଲା ଆଉ ମୋ ମାଆ ସେହି ଭିଡ ତଳେ ଚାପି ହୋଇ ଚାଲିଗଲା, ତା ପ୍ରାଣବାୟୁ ଉଡିଗଲା ।
ସେପଟେ ଆହତଙ୍କ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦେଇଛନ୍ତି ଯୋଗୀ ସରକାର । ମେଳା କ୍ଷେତ୍ରରେ ଥିବା ମେଡିକାଲକୁ ଆଖପାଖ ଜିଲ୍ଲାର ଡାକ୍ତରଙ୍କୁ ଆବଶ୍ୟକ ସ୍ଥଳରେ ସ୍ଥାନାନ୍ତର ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ପ୍ରାରମ୍ଭିକ ସମୟରେ ପ୍ରୟାଗରାଜକୁ ଯାଉଥିବା ସମସ୍ତ ଟ୍ରେନ୍ ବାତିଲ ହୋଇଥିବା କୁହାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ରେଳବାଇ ପକ୍ଷରୁ ସମସ୍ତ ଟ୍ରେନ୍ ଚାଲୁରହିଥିବା ସ୍ପଷ୍ଚ ସୂଚନା ଦିଆଯାଇଛି । ସେପଟେ ସ୍ଥିତି ଉପରେ ନଜର ରଖି ଅଧିକ ସୂଚନା ନେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୩ ଥର ଫୋନ୍ କରି ସାରିଲେଣି ପ୍ରଧାନମନ୍ତ୍ରୀ ମୋଦୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/01/29/9oQhHkjCoDkVKO81NRyK.jpg)