୧୦ ବର୍ଷ ହୋଇଥିଲେ ଅପଡେଟ୍ କରନ୍ତୁ ଆଧାର

ନୂଆଦିଲ୍ଲୀ: ବିଗତ ୧୦ ବର୍ଷ ମଧ୍ୟରେ ଆଧାର ନାଗରିକଙ୍କ ପ୍ରାଥମିକ ପରିଚୟ ପ୍ରମାଣ ଭାବରେ ଉଭା ହୋଇଛି । ବିଭିନ୍ନ ସରକାରୀ ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ଆଧାର ନମ୍ବର ବ୍ୟବହାର କରାଯାଉଛି । ଏହି ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ସାଧାରଣ ଜନତାଙ୍କୁ ଆଧାର ତଥ୍ୟକୁ ଅତ୍ୟାଧୁନିକ ବ୍ୟକ୍ତିଗତ ବିବରଣୀ ସହିତ ଅପଡେଟ୍ ରଖିବାକୁ ପଡିବ, ଯାହାଦ୍ୱାରା ଆଧାର ପ୍ରମାଣୀକରଣ/ଯାଞ୍ଜରେ କୌଣସି ଅସୁବିଧା ହେବ ନାହିଁ ।

ବିଗତ ୧୦ ବର୍ଷରେ ଯେଉଁମାନେ ଆଧାର ଅପଟେଡ କରାଇନାହାନ୍ତି, ନିକଟସ୍ଥ ଆଧାର ପଞ୍ଜୀକରଣ କେନ୍ଦ୍ରରେ ଆଧାର ନମ୍ବର ଅପଡେଟ କରିପାରିବେ । ଏଥିପାଇ ସର୍ବନିମ୍ନ ମୂଲ୍ୟ ୫୦ଟଙ୍କା ରହିଛି ।

ୟୁଆଇଡିଏଆଇ ଅଧୀନରେ ନମ୍ବର ଧାରକମାନଙ୍କୁ ନିର୍ଦ୍ଦିଷ୍ଟ ଫି ସହିତ ଡକ୍ୟୁମେଣ୍ଟ ଅପଡେଟ ସୁବିଧା ଯୋଗାଇ ଦିଆଯାଉଛି, ଯାହା ମାଧ୍ୟମରେ ଆଧାର ନମ୍ବର ଧାରକ ବ୍ୟକ୍ତିଗତ ପରିଚୟ (POI) ଏବଂ ଠିକଣାର ପ୍ରମାଣ (POA) ଡକ୍ୟୁମେଣ୍ଟକୁ ଅପଡେଟ କରିପାରିବେ । ଏହି ସୁବିଧା ମୋ ଆଧାର ପୋର୍ଟାଲ ( https://myaadhar. uidai.gov.in) ମାଧ୍ୟମରେ ଅନଲାଇନରେ କରାଯାଇପାରିବ କିମ୍ବା ସମାନ ସୁବିଧା ପାଇବା ପାଇଁ ଜନସାଧାରଣ ନିକଟସ୍ଥ  ଆଧାର ପଞ୍ଜୀକରଣ କେନ୍ଦ୍ର ପରିଦର୍ଶନ କରିପାରିବେ ।

ସମ୍ବନ୍ଧିତ ଖବର