ପାଟନା: ପାଟଣା: ନୀତୀଶ କୁମାର ବିଜେପିର ହାତ ଛାଡ଼ିବା ପରେ ବିହାର ରାଜନୀତି ସରଗରମ ହୋଇପଡିଛି। ନୀତୀଶ କୁମାର ଆରଡେଜି ସହିତ ହାତ ମିଳାଇଛନ୍ତି। ସେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣି ନିଜର ସଂଖ୍ୟାଗରିଷ୍ଠତା ଦେଖାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହେବାକୁ ଯାଉଛି। ଏଥିରେ ଆରଜେଡିର ସିଂହଭାଗ ରହିବ ବୋଲି ସୂଚନା ମିଳିଛି। ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ମଙ୍ଗଳବାର ପ୍ରାୟ ସାଢ଼େ ୧୧ଟାରେ ରାଜଭବନରେ ହେବ। ତେବେ ଏହି ଶପଥ ଗ୍ରହଣ ସମାରୋହରେ ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା ସାମିଲ ହେବେ ନାହିଁ |
ଏହାପୂର୍ବରୁ କୁଶୱାଙ୍କ ନାମ ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଥିବାବେଳେ ପରେ କିନ୍ତୁ ତାଙ୍କ ନାମ ବାଦ ଦିଆଯାଇଥିଲା । ଏହା ପରେ ସେ ପାଟନାରୁ ଦିଲ୍ଲୀ ଯାଇଥିଲେ। ସେ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ଏବଂ ମଙ୍ଗଳବାର ଦିନ ପାଟନାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନାହିଁ। ସୂଚନା ମୁତାବକ ଚର୍ଚ୍ଚା ଚାଲିଥିଲା ଯେ କୁଶୱାଙ୍କୁ ନିଶ୍ଚିତ ଭାବେ ମନ୍ତ୍ରୀ ପଦ ମିଳିବ। କିନ୍ତୁ ହଠାତ୍ ହାଇକମାଣ୍ଡ ତାଲିକାରୁ ତାଙ୍କ ନାମ ବାଦ ଦେଇଥିଲେ । ଆଉ କୁହାଯାଉଛି ଯେ ଏହି ଘଟଣାକୁ ନେଇ ଉପେନ୍ଦ୍ର କୁଶୱା ଖପ୍ପା ଥିବାରୁ ଦିଲ୍ଲୀ ଚାଲିଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/mmmm-1.jpg)