ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ : ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ତଥା କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ରିଜ୍ୟୁଭେସନ ମନ୍ତ୍ରଣାଳୟର ସଚିବ ରୂପେ କାର୍ଯ୍ୟରତ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ରୂପେ ଅତିରିକ୍ତ ଦାୟିତ୍ବ ମିଳିଛି। ନିଯୁକ୍ତି ସମ୍ପର୍କୀତ କ୍ୟାବିନେଟ୍ ଦ୍ବାରା ଶ୍ରୀ ସିଂହଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପାନୀୟ ଜଳ ଓ ପରିମଳ ବିଭାଗର ନିୟମିତ ସଚିବ ନିଯୁକ୍ତ ନହେବା ପର୍ଯ୍ୟନ୍ତ ଶ୍ରୀ ସିଂହ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରୂପେ ରାଜ୍ୟ ଓ କେନ୍ଦ୍ରର ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ ଉପେନ୍ଦ୍ର ପ୍ରସାଦ ସିଂହ କାର୍ଯ୍ୟ କରିସାରିଛନ୍ତି।

ସମ୍ବନ୍ଧିତ ଖବର