ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସ୍ଥିତି ବିଗୁଡ଼ୁଥିବା ଦେଖି ସୋମବାର ସୁପ୍ରିମକୋର୍ଟ ସମସ୍ତ ରାଜ୍ୟଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ, ଦୁଇ ଦିନ ମଧ୍ୟରେ କରୋନା ସ୍ଥିତିକୁ ନେଇ ସମସ୍ତ ରାଜ୍ୟ ରିପୋର୍ଟ ଦାଖଲ କରିବେ। କରୋନା ନିୟନ୍ତ୍ରଣ ଲାଗି କି କି ପଦକ୍ଷେପ ନିଆଯାଇଛି ଏବଂ ଆଉ କେଉଁ ପଦକ୍ଷେପ ନେବାକୁ ଯୋଜନା କରାଯାଇଛି ତାହା ଜଣାଇବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ନଭେମ୍ବରରେ କୋଭିଡ -୧୯ ମାମଲା ବୃଦ୍ଧି ପାଇବା ଓ ଡିସେମ୍ବର ମାସରେ ପରିସ୍ଥିତି ସଙ୍ଗୀନ ହେବା ସଂପର୍କରେ ସୂଚିତ ହେବା ପରେ ଅଦାଲତ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ଆସାମ ସରକାରଙ୍କଠାରୁ ସଦ୍ୟତମ ସ୍ଥିତି ସମ୍ଭନ୍ଧରେ ରିପୋର୍ଟ ମାଗିଛନ୍ତି।
ଏ ସଂକ୍ରାନ୍ତୀୟ ମାମଲାର ବିଚାର କରୁଥିବା ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ କୋଭିଡ -୧୯ ପରିସ୍ଥିତି ଖରାପ ହେବାରୁ ଗୁଜରାଟ ଏବଂ ଦିଲ୍ଲୀ ସରକାରଙ୍କୁ ତାଗିଦ କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହି ରିପୋର୍ଟରେ ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ, ନେବାକୁ ଥିବା ପଦକ୍ଷେପ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଆବଶ୍ୟକ ସହାୟତା ବିଷୟରେ ଉଲ୍ଲେଖ ରହିବ।
Supreme Court asks all the states to file status reports on steps they have taken, steps intended to be taken and help needed from Centre to combat #COVID19 situation. https://t.co/WLbYgFNBql
— ANI (@ANI) November 23, 2020
ସୁପ୍ରିମକୋର୍ଟ ଗୁଜୁରାଟରେ କରୋନା ମାମଲା ବୃଦ୍ଧି ସତ୍ତ୍ବେ ବିବାହ, ସମାରୋହ ତଥା ସମାବେଶ ପାଇଁ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି। କୋର୍ଟ କହିଛନ୍ତି ଯେ ଦିଲ୍ଲୀ ଏବଂ ମହାରାଷ୍ଟ୍ର ପରେ ଗୁଜରାଟରେ କରୋନାର ସବୁଠାରୁ ଖରାପସ୍ଥିତି ଦେଖିବାକୁ ମିଳିଛି।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଖଣ୍ଡପୀଠ ଆସନ୍ତା ଶୁକ୍ରବାର କରିବେ। କୋର୍ଟ କହିଛନ୍ତି ଯେ ଆମର ମତ ହେଉଛି କି ଆଗାମୀ ଦିନରେ ସମସ୍ତ ରାଜ୍ୟ କରୋନା ସହିତ ଲଢ଼ିବା ଲାଗି ପ୍ରସ୍ତୁତ ରୁହନ୍ତୁ। ଆଗାମୀ ଶୁଣାଣି ପୂର୍ବରୁ ରାଜ୍ୟଗୁଡ଼ିକ ନିଜର ସ୍ଥିତିକୁ ନେଇ ରିପୋର୍ଟ ଦାଖଲ କରିବା ନିହାତି ଜରୁରୀ ।