ୟୁପିଏସସି ପକ୍ଷରୁ ନୂଆ ପରୀକ୍ଷା ସୂଚୀ ଘୋଷିତ, ଅକ୍ଟୋବରରେ ହେବ ସିଭିଲ୍ ସର୍ଭିସ ପ୍ରିଲିମିନାରି

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହୋଇଛି । ଆଜି ହୋଇଥିବା ୟୁପିଏସସି ବୈଠକରେ ନୂଆ ତାରିଖ ନେଇ ନିଷ୍ପତ୍ତି ନିଆଯାଇଛି ।

ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ଅନୁସାରେ ସିଭିସ ସର୍ଭିସ (ପ୍ରିଲିମନାରୀ) ୨୦୨୦ ଓ ଆଇଏଫଏସ (ପ୍ରିଲିମିନାରୀ) ପରୀକ୍ଷା ୨୦୨୦ ଆସନ୍ତା ଅକ୍ଟୋବର ମାସ ୪ ତାରିଖ ରବିବାର ଦିନ ହେବ । ସେହିପରି ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷା ୨୦୨୦ ଆସନ୍ତା ୨୦୨୧ ଜାନୁଆରି ୮ ତାରିଖରେ ଓ ଭାରତୀୟ ବନ ସେବା (ମୁଖ୍ୟ) ପରୀକ୍ଷା ଜାନୁଆରି ୨୮, ୨୦୨୧ ରେ ହେବ । ଅନ୍ୟପକ୍ଷରେ ଏନଡିଏ ଓ ଏନଏ ପରୀକ୍ଷା (୧) ଓ ଏନଡିଏ ଓ ଏନଏ ପରୀକ୍ଷା (୨) ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖରେ ଅନୁଷ୍ଠିତ ହେବ । ସିଭିସ ସର୍ଭିସ ସାକ୍ଷାତକାର ପରୀକ୍ଷା୨୦୧୯ ଆସନ୍ତା ଜୁଲାଇ ୨୦ରେ ହେବ । ସାକ୍ଷାତକାର ସମ୍ପର୍କରେ ୟୁପିିଏସସି ପକ୍ଷରୁ ପ୍ରାର୍ଥୀମାନଙ୍କୁ ଜଣାଇଦିଆଯିବ ।

ଦେଶରେ ଲକଡାଉନ ଚାଲିଥିବାରୁ ୟୁପିଏସସିର ପରୀକ୍ଷାଗୁଡ଼ିକ ପୂର୍ବରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଗତ ମେ ୨୦ରେ ଅନୁଷ୍ଠିତ ବୈଠକରେନିଷ୍ପତ୍ତି ନିଆଯାଇଥିଲା ଯେ ବର୍ତ୍ତମାନ ସମୟରେ ପରୀକ୍ଷା ଓ ସାକ୍ଷାତକାର ଆରମ୍ଭ କରିବା ସମ୍ଭବ ହେବ ନାହିଁ। ତେବେ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା କ୍ରମାଗତ ଭାବେ ଘୋଷଣା କରାଯାଉଥିବା କଟକଣା କୋହଳକୁ ଦୃଷ୍ଟିରେ ରଖି ଆୟୋଗ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ସରିବା ପରେ ଆଜି ପୁଣିଥରେ ଏକ ସମୀକ୍ଷା ବୈଠକ ଆୟୋଜନ ଲାଗି ନିଷ୍ପତ୍ତି ନିଆଯାଇଥିଲା ।

ସମ୍ବନ୍ଧିତ ଖବର