ନୂଆଦିଲ୍ଲୀ: ଆଇପିଏସ୍ ଅଧିକାରୀ ତଥା ‘ଓଏସ୍ଆରଟିସି’ର ସିଏମ୍ଡି ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ତାଙ୍କର ଟ୍ୱିଟ୍ ଏବଂ ଲୋକଙ୍କ ଟୁଇଟର ସେ ଯେଉଁଭଳି ଭାବରେ ଜବାବ ରଖିଥାନ୍ତି, ତାହା ପ୍ରାୟତଃ ଟ୍ୱିଟରରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ | ପୂର୍ବରୁ ତାଙ୍କର ଅନେକ ଟୁଇଟ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ତାଙ୍କର ଆଉ ଏକ ଟୁଇଟ ଭାଇରାଲ ହୋଇଛି, ଯେଉଁଥିରେ ସେ ଜଣେ ଛାତ୍ରଙ୍କୁ ଫୋନ ବଦଳାଇବାକୁ ପରାମର୍ଶ ଦେଇଛନ୍ତି | ପରୀକ୍ଷା ସମ୍ବନ୍ଧରେ ପରାମର୍ଶ ଲୋଡ଼ିବା ପରେ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ଉତ୍ତର ଦେଇ ଛାତ୍ରଙ୍କୁ ଫୋନ ବଦଳାଇବାକୁ ପରାମର୍ଶ ଦେଇଥିଲେ, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି |
Replace your mobile with Nokia 5310. https://t.co/AAAZ8S3lS3
— Arun Bothra (@arunbothra) August 20, 2020
ଟ୍ୱିଟରରେ ରାଜା ଭଇୟା ନାମକ ଜଣେ ବ୍ୟକ୍ତି ଅରୁଣ ବୋଥ୍ରାଙ୍କୁ ଟୁଇଟ କରିଥିଲେ ଯେ, ସେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏ ନେଇ ତାଙ୍କୁ ଏକ ପରାମର୍ଶ ଦିଅନ୍ତୁ | ଟୁଇଟର ଉତ୍ତରରେ ଆଇପିଏସ୍ ଅଧିକାରୀ ଅରୁଣ ଲେଖିଛନ୍ତି ଯେ, ସ୍ମାର୍ଟଫୋନ୍ ବଦଳାଇ ନୋକିଆ ୫୩୧୦ ନିଅନ୍ତୁ | ତାଙ୍କର ଏଭଳି ଉତ୍ତରକୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁତ ପ୍ରଶଂସା କରିଥିବା ଦେଖାଯାଇଛି |