ଇଚ୍ଛାଶକ୍ତିକୁ ସଲାମ, ଅକ୍ସିଜେନ ସିଲିଣ୍ଡର ସହ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ମନରେ ଅଦମ୍ୟ ଇଛାଶକ୍ତି ଥିଲେ ସମୟ ବାଧକ ସାଜିପାରେନି | ଏକଥା ଏବେ ପ୍ରମାଣିତ କରି ଦେଖାଇଛନ୍ତି କେରଳର ଜଣେ ୟୁପିଏସସି ପରୀକ୍ଷାର୍ଥୀ |  ଲୋକସେବା ଆୟୋଗ ଦ୍ୱାରା ସାରା ଦେଶର ୭୨ଟି ସହରରେ ସିଭିଲ ସେବାର ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହୋଇଥିଲା | ତେବେ କେରଳର କୋଟାୟାମରେ ଜଣେ ପରୀକ୍ଷାର୍ଥୀ ଅକ୍ସିଜେନ ସିଲିଣ୍ଡର ସହ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଆସିଥିଲେ |

ଯେଉଁଥିପାଇଁ ୨୪ ବର୍ଷୀୟ ପରୀକ୍ଷାର୍ଥୀ ଲତିସା ଅନସାରିଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି | କାରଣ ଲତିସାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ | ଏଭଳି ଏକ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇଥିଲେ ବି ଲତିସା ହାର ମାନିନଥିଲେ | କୋଟାୟାମ ଜିଲ୍ଲାପାଳ ସୁଧୀର ବାବୁଙ୍କ ପ୍ରୟାସ ଯୋଗୁଁ ପରୀକ୍ଷା ଭବନ ଭିତରେ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା କରାଯାଇଥିଲା |

ଏଠାରେ ସୂଚନା ଥାଉ କି ଜନ୍ମରୁ ଟାଇପ ୨ ଓଷ୍ଟିଓଜେନେସୀସ ଇମପରଫେକ୍ଟ ନାମକ ରୋଗରେ ସେ ପୀଡିତ ଅଛନ୍ତି | ଯାହାଫଳରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ | ତେଣୁ ତାଙ୍କୁ ସବୁ ସମୟରେ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ହୋଇଥାଏ | ତେବେ ଜୀବନର ଏଭଳି ପ୍ରମୁଖ ପରୀକ୍ଷା କିଭଳି ବା ନ ଦିଅନ୍ତେ | ସେଥିପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ ଆଉ ସ୍ଥାନୀୟ ପ୍ରଶାସନ ତାଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଥିଲା |

ସମ୍ବନ୍ଧିତ ଖବର