ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ, ମେ ୨୦ରେ ଆସିପାରେ ନୂଆ ତାରିଖ

ନୂଆଦିଲ୍ଲୀ: ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ଜନସେବା ଆୟୋଗ(ୟୁପିଏସସି) ନିଷ୍ପତ୍ତି ନେଇଛି। ଏହି ପରୀକ୍ଷା ମେ ୩୧ରେ ଅନୁଷ୍ଠିତ ହେବାର ଥିଲା।

ୟୁପିଏସସିର ଅଧିକାରୀଙ୍କ ଅନୁଯାୟୀ, ଆସନ୍ତା ୨୦ତାରିଖରେ ପରିସ୍ଥିତିର ସମୀକ୍ଷା ପରେ ନୂଆ ତାରିଖ ଘୋଷଣା ନେଇ ନିଷ୍ପତ୍ତି ହେବ । ୟୁପିଏସସିର ବରିଷ୍ଠ ଅଧିକାରୀଙ୍କ ସହ ଅରବିନ୍ଦ ସକ୍ସେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆୟୋଗର ଏକ ବୈଠକରେ ସୋମବାର ଦିନ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଛି । କେନ୍ଦ୍ର ସରକାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକଡାଉନର ଅବଧି ବଢାଇବା ପରେ ୟୁପିଏସସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ୟୁପିଏସସିର ଜଣେ ଅଧିକାରୀ କହିଛନ୍ତି, “ବର୍ତ୍ତମାନ ପରିସ୍ଥିତିରେ ୟୁପିଏସସି ଯାହା କରିବା ଆବଶ୍ୟକ ତାହା କରିଛି। ଏବେ କୋଭିଡ୍ -୧୯ର ବିସ୍ତାର ବଡ ସମସ୍ୟା ପାଲଟିଛି | ଏ ସମୟରେ ଏତେ ବଡ଼ ପରୀକ୍ଷା କରିବା ସମ୍ଭବ ନୁହେଁ | ଆୟୋଗ ପ୍ରିଲିମିନାରୀ ପରୀକ୍ଷାକୁ ନେଇ କୌଣସି ନୂଆ ତାରିଖ ଘୋଷଣା କରିନାହିଁ। ପରିସ୍ଥିତିକୁ ଦେଖି ମେ ୨୦ ପରେ ଏକ ନୂତନ ତାରିଖ ଘୋଷଣା କରାଯିବ।

JEE Main, NEET, CLAT, UGC NET 2020 Exam Date Latest update: check ...
The Indian Express

ସୂଚନା ମୁତାବକ, ୟୁପିଏସସି ଏହି ସପ୍ତାହରେ ଛାତ୍ର-ଛାତ୍ରୀମାନଙ୍କ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିବାର ଥିଲା, କିନ୍ତୁ ସାମ୍ପ୍ରତିକ ସଙ୍କଟକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ପାଇଁ ପ୍ରାୟ ୧୦ଲକ୍ଷ ଛାତ୍ର-ଛାତ୍ରୀ ପ୍ରତିବର୍ଷ ପଞ୍ଜୀକୃତ ହୁଅନ୍ତି। ପ୍ରାୟ ୧.୬ଲକ୍ଷ କାର୍ଯ୍ୟକର୍ତ୍ତା ୨,୫୦୦କେନ୍ଦ୍ରରେ ପରୀକ୍ଷା ପରିଚାଳନାରେ ଅଂଶଗ୍ରହଣ କରନ୍ତି |

ସମ୍ବନ୍ଧିତ ଖବର