ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ତାରିଖ ଘୋଷଣ‌ା

ନୂଆଦିଲ୍ଲୀ : ୨୦୨୦ ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୪, ୨୦୨୦ରେ ପରୀକ୍ଷା ହେବ ବୋଲି ୟୁପିଏସ୍‌ସି ପକ୍ଷରୁ ଘୋଷଣା‌ ହୋଇଛି। ଗତ ମେ’ ୩୧ ତାରିଖରେ ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ହେବାର ଥିଲା। କିନ୍ତୁ କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଏବଂ କଡ଼ା କଟକଣା ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ୟୁପିଏସ୍‌ସି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ବର୍ତ୍ତମାନର ବର୍ଦ୍ଧିତ କଟକଣାକୁ ନଜରରେ ରଖି କମିସନ୍‌ ଏହା ନିଷ୍ପତ୍ତି ନେଇଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ କରିବା ସମ୍ଭବ ନୁହେଁ। ଆସନ୍ତା ଅକ୍ଟୋବର ୪ ତାରିଖରେ ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ହେବ। ସେହିପରି ଗତ ବର୍ଷ ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ଏବଂ ମେନ୍‌ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ପରୀକ୍ଷା ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ‌ହେବ ବୋଲି ୟୁପିଏସ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର