କୋଭିଡ୍‌-୧୯ ମହାମାରୀ କାରଣରୁ ୨୦୨୦ରେ ଶେଷ ସୁଯୋଗ ହରାଇଥିବା ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର୍ଥୀମାନଙ୍କୁ ଆଉ ଅତିରିକ୍ତ ସୁଯୋଗ ପ୍ରଦାନ କରାଯିବ ନାହିଁ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ କାରଣରୁ ୨୦୨୦ରେ ଶେଷ ସୁଯୋଗ ହରାଇଥିବା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)ର ସିଭିଲ ସର୍ଭିସ ପରୀକ୍ଷାର୍ଥୀମାନଙ୍କୁ ଆଉ ଅତିରିକ୍ତ ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ଆଜି (ଶୁକ୍ରବାର) କେନ୍ଦ୍ର ସରକାର କହିଛନ୍ତି। ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଉପସ୍ଥାପନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୨୫, ୨୦୨୧ରେ ହେବ।

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ, କୋଭିଡ୍‌-୧୯ ମହାମାରୀ କାରଣରୁ ଅକ୍ଟୋବର ୨୦୨୦ରେ ହୋଇଥିବା ସିଭିଲ ସର୍ଭିସ୍‌ର ପ୍ରାଥମିକ ପରୀକ୍ଷାରେ ଶେଷ ପ୍ରୟାସରୁ ବଞ୍ଚିତ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ୟୁପିଏସ୍‌ସି ପରୀକ୍ଷାରେ ଅତିରିକ୍ତ ପ୍ରୟାସ କରିବାକୁ ନିବେଦନ ଶୁଣାଣି କରିଥିଲା। ଏ ସଂପର୍କରେ ଜାନୁଆରି ୨୫ରେ ଏକ ସତ୍ୟପାଠ ଦାଖଲ କରିବାକୁ ଅତିରିକ୍ତ-ସଲିସିଟର ଜେନେରାଲ୍‌ ଏସ.ଭି ରାଜୁଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ବର୍ଗର ଛାତ୍ରମାନଙ୍କ ପାଇଁ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ ପରୀକ୍ଷାର ବୟସ ସୀମା ୨୬ ବର୍ଷକୁ ହ୍ରାସ ପାଇଛି କି? ତାହା ସ୍ପଷ୍ଟ କରିବାକୁ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର