ଚେନ୍ନାଇ/ହାଇଦ୍ରାବାଦ୍: ୟୁପିଏସି (ୟୁନିଅନ ପବ୍ଲିକ୍ ସର୍ଭିସ କମିସନ୍) ମୁଖ୍ୟ ପରୀକ୍ଷାରେ କପି କରିଥିବା ନେଇ ତାମିଲନାଡ଼ୁ କାଡ଼ରର ଜଣେ ଟ୍ରେନି ଆଇପିଏସ ଅଫିସର ଗିରଫ ହୋଇଛନ୍ତି। ଚେନ୍ନାଇର ଏଗମୋରରେ ଏକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ସମୟରେ ଆଇପିଏସ ଅଫିସର ସଫିର କରିମ ବ୍ଲୁଟୁଥ୍ ସାହାଯ୍ୟରେ କପି କରୁଥିବା ବେଳେ ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ) ଅଧିକାରୀଙ୍କ ଦ୍ୱାରା ଧରା ପଡ଼ିଥିଲେ। ତିରୁନେଲଭେଲିର ନାନ୍ଗୁନେରି ଆସିଷ୍ଟାଣ୍ଟ୍ ପୁଲିସ ସୁପରିନଟେଣ୍ଡେଣ୍ଟ୍ ସଫିର କରିମ ପରୀକ୍ଷା ହଲ୍କୁ ଏକ ସେଲଫୋନ୍ ନେବା ସହ ସାର୍ଟ ବଟନ୍ରେ ବ୍ଲୁଟୁଥ୍- ସକ୍ଷମ ମିନିଏଚର କ୍ୟାମେରା ଏବଂ ଏକ ଓ୍ଵାରଲେସ୍ ଇୟରଫୋନ୍ ଲଗାଇ ଯାଇଥିଲେ ବୋଲି ତଦନ୍ତକାରୀ ଦଳ କହିଛନ୍ତି। କରିମଙ୍କ ପତ୍ନୀ ହାଇଦ୍ରାବାଦ୍ରୁ ତାଙ୍କୁ ପ୍ରଶ୍ନର ଉତ୍ତର ଗୁଡ଼ିକ କହୁଥିଲେ।
ଏଥିନେଇ ହାଇଦ୍ରାବାଦ୍ ପୁଲିସ କରିମଙ୍କ ପତ୍ନୀ ଜୟଙ୍କୁ ମଧ୍ୟ ହାଇଦ୍ରାବାଦ୍ରୁ ଗିରଫ କରିଛି। କେରଳର ଆଲୁଭା ବାସିନ୍ଦା କରିମ୍ ‘କରିମ୍ସ ଲା ଏକ୍ସିଲେନ୍ସ’ ନାମକ ଏକ ସିଭିଲ ସର୍ଭିସ କୋଚିଂ ସେଣ୍ଟରର ପ୍ରତିଷ୍ଠାତା। ‘କରିମ୍ସ ଲା ଏକ୍ସିଲେନ୍ସ’ର ମଧ୍ୟ ଥିରୁବନନ୍ତପୁରମ, କୋଚି, କାଲିକଟ୍, ଭୋପାଳ ଏବଂ ହାଇଦ୍ରାବାଦ୍ରେ ଶାଖା ଗୁଡ଼ିକ ରହିଛି। ତେବେ କରିମ ୟୁପିଏସସି ପରୀକ୍ଷାର ପାଞ୍ଚଟି ପରୀକ୍ଷାରୁ ପ୍ରଥମଟିରେ ମଧ୍ୟ ଏମିତି ଠକାମି କରିଥିବା ଆଇବି ଅଧିକାରୀମାନେ ସନ୍ଦେହ କରି ତାଙ୍କୁ କଡ଼ା ନଜରରେ ରଖିଥିଲେ ଏବଂ ଆଜି କରିମ୍ଙ୍କ କାରନାମା ଧରା ପଡ଼ିଛି। ଆଇବି ଅଧିକାରୀଙ୍କ ପଚରାଉଚୁରା ସମୟରେ କରିମ୍ ସ୍ୱିକାର କରିଛନ୍ତି ଯେ ସେ ପ୍ରଶ୍ନପତ୍ର ଗୁଡ଼ିକର ଫଟୋ ଉଠାଇ ସେଗୁଡ଼ିକୁ ତାଙ୍କ ପତ୍ନୀଙ୍କ ନିକଟକୁ ପଠାଇଥିଲେ ଏବଂ ତାଙ୍କ ପତ୍ନୀ ତାଙ୍କୁ ଉତ୍ତର ଗୁଡ଼ିକ କହୁଥିଲେ।
ଏହା ଜଣା ପଡ଼ିବାପରେ ଆଇବି ଅଧିକାରୀମାନେ କରିମଙ୍କୁ ପୁଲିସର ଜିମା ଦେବାପରେ ପୁଲିସ ଆଇପିସିର ଧାରା ୪୨୦ (ଠକେଇ ଏବଂ ପ୍ରତାରଣା) ଏବଂ ୧୨୦ ବି (ଅପରାଧିକ ଷଡ଼ଯନ୍ତ୍ର) ଅଧିନରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିଏସ ଅଫିସର କରିମ ଏବେ ବି ପ୍ରଶିକ୍ଷଣରେ ଥିବାରୁ ତାଙ୍କର ଏହି ଅପରାଧିକ କାର୍ଯ୍ୟପାଇଁ