ରାଞ୍ଚି: ସଂଯୁକ୍ତ ଲୋକ ସେବା ଆୟୋଗ(ୟୁପିଏସ୍ସି) ଦ୍ୱାରା ପରିଚାଳିତ କେନ୍ଦ୍ର ପ୍ରାଶାସନିକ ସେବା(ସିଭିଲ୍ ସର୍ଭିସେସ୍) ମୁଖ୍ୟ ଲିଖିିତ ପରୀକ୍ଷା-୨୦୧୭ର ଫଳାଫଳ ଗତକାଲି ପ୍ରକାଶ ପାଇଛି। ସେହିପରି ଗତ ଅକ୍ଟୋବର ୨୮ରୁ ନଭେମ୍ବର ୩ ଯାଏ ଅନୁଷ୍ଠିତ ଏହି ପରୀକ୍ଷାର କୃତୀ ଆଶାୟୀଙ୍କର ବ୍ୟକ୍ତିତ୍ୱ ବା ମୌଖିକ ପରୀକ୍ଷା ଆସନ୍ତା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେବ ବୋଲି ଜଣାଯାଇଛି। ମୁଖ୍ୟ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କ ରୋଲ୍ନମ୍ବର ୟୁପିଏସ୍ସିର ନିଜସ୍ୱ େଓ୍ଵବ୍ସାଇଟ୍ରେ ଉପଲବ୍ଧ ହେଉଥିବା ଜଣାଯାଇଛି। ସେହିପରି ମୌଖିକ ପରୀକ୍ଷା ପାଇଁ କୃତୀ ଆଶାୟୀମାନେ ସଂପୃକ୍ତ େଓ୍ଵବ୍ସାଇଟ୍ରୁ ସେମାନଙ୍କ ଡାକରା ପତ୍ର(ଇ-ସମନ୍ ଲେଟର) ଆସନ୍ତା ୧୮ ତାରିଖ ପରଠାରୁ ପାଇପାରିବେ ବୋଲି କୁହାଯାଇଛି। ଏହି ଇ-ସମନ୍ ଲେଟର କୌଣସି ପ୍ରାର୍ଥୀଙ୍କ ପାଖକୁ ବ୍ୟକ୍ତିଗତ ଭାବେ ପଠାଯାଉନାହିଁ ବୋଲି ୟୁପିଏସ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ େଓ୍ଵବ୍ସାଇଟ୍ରୁ କେହି ଇ-ସମନ୍ ଲେଟର ପାଇନପାରିଲେ କିମ୍ବା ତାହା ମିଳିବାରେ ଅସୁବିଧା ହେଲେ ତୁରନ୍ତ ଆୟୋଗ କାର୍ଯ୍ୟାଳୟ ସହ ଫୋନ୍ କିମ୍ବା ଚିଠି ମାଧ୍ୟମରେ ଯୋଗାଯୋଗ କରିବାକୁ କୁହାଯାଇଛି। ଅପରପକ୍ଷେ, ମୌଖିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇପାରିିନଥିବା ପରୀକ୍ଷାର୍ଥୀମାନଙ୍କର ମୁଖ୍ୟ ପରୀକ୍ଷାର ମାର୍କଲିଷ୍ଟ ମଧ୍ୟ ମୌଖିକ ପରୀକ୍ଷା ପରେ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶନର ୧୫ ଦିନ ଭିତରେ ହିଁ ୟୁପିଏସ୍ସି େଓ୍ଵବ୍ସାଇଟ୍ରେ ଉପଲବ୍ଧ ହୋଇପାରିବ ବୋଲି ସୂଚନା ମିଳିଛି। ତେବେ ତାହା ସେବେଠାରୁ ମାତ୍ର ଦୁଇ ମାସ ଅବଧି ପର୍ଯ୍ୟନ୍ତ ମିଳିପାରିବ ବୋଲି କୁହାଯାଇଛି।
ବାହାରିଲା ୟୁପିଏସ୍ସି ମୁଖ୍ୟ ପରୀକ୍ଷା ଫଳ
ଫେବ୍ରୁଆରି ୧୯ରୁ ବ୍ୟକ୍ତିତ୍ୱ ପରୀକ୍ଷା
/sambad/media/post_attachments/wp-content/uploads/2018/01/UPSC-Civil-Services-Exam-Pattern.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)