ନୂଆଦିଲ୍ଲୀ: ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ପିକେ ସିଦ୍ଧାର୍ଥ ରାମକୁମାର ଏବଂ ରୁହାନୀ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଏଥର ୫ ଜଣ ବାଳିକା ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି ।
ନିଯୁକ୍ତି ପାଇଁ ମୋଟ ୧୦୧୬ ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି। ଏହି ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ୟୁପିଏସସି ଦ୍ୱାରା ପ୍ରକାଶ ପାଇଛି। ୩୫୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଅସ୍ଥାୟୀ ଭାବରେ ରଖାଯାଇଛି ।
ପରୀକ୍ଷା ଫଳ କିପରି ଯାଞ୍ଚ କରିବେ :
ପ୍ରଥମେ ଅଫିସିଆଲ୍ ୱେବସାଇଟ୍ - upsc.gov.in କୁ ଯାଆନ୍ତୁ ।
ମେନ୍ପେଜରେ ଫଳାଫଳ ଲିଙ୍କକୁ ନେଭିଗେଟ୍ କରନ୍ତୁ ।
ଏକ ନୂତନ ଟ୍ୟାବ୍ ଏକ ପିଡିଏଫ ଆକାରରେ ଖୋଲାଯିବ ।ପିଡିଏଫରେ ଆପଣଙ୍କର ରୋଲ୍ ନମ୍ବର ଦେଖନ୍ତୁ।
ପିଡିଏଫ୍ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତର ରେଫରେନ୍ସ ପାଇଁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ ।
ମୋଟ ୩୪୭ ସାଧାରଣ ପ୍ରାର୍ଥୀ, ୧୧୬ ଇଡବ୍ଲୁଏସ ବର୍ଗ ପ୍ରାର୍ଥୀ, ୩୦୩ ଓବିସି, ୧୬୫ ଏସସି ଏବଂ ୮୬ ଏସଟି ପ୍ରାର୍ଥୀ ମନୋନୀତ ହୋଇଛନ୍ତି।
ଟପ୍ ୨୦ ମେରିଟ୍ ତାଲିକା:
ଆଦିତ୍ୟ ଶ୍ରୀବାସ୍ତବ
ଅନିମେଶ ପ୍ରଧାନ
ଡୋନୁରୁ ଅନନ୍ୟା ରେଡ୍ଡୀ
ପି.କେ ସିଦ୍ଧାର୍ଥ ରାମକୁମାର
ରୁହାନୀ
ସୃଷ୍ଟି ଦାବସ
ଅନମୋଲ ରାଠୋର
ଆଶିଷ କୁମାର
ନୌସିନ୍
ଐଶ୍ୱର୍ୟ୍ୟାମ ପ୍ରଜାପତି
କୁସ୍ ମତୱାନି
ଅନିକେତ୍ ସାଣ୍ଡିଲ୍ୟ
ମେଧା ଆନନ୍ଦ
ଶୌର୍ୟ୍ୟ ଅରୋରା
କୁନାଲ ରସ୍ତୋଗି
ଅୟାନ ଜୈନ
ସ୍ୱାତୀ ଶର୍ମା
ୱାର୍ଦା ଖାନ୍
ଶିବମ କୁମାର
ଆକାଶ ବର୍ମା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/UPSC-Exam-Result-Out_Odishas-Man-in-Second-Renk_Thumbnail.jpg)