୫ବର୍ଷ ଧରି କନଷ୍ଟେବଳ ଚାକିରି କରିବା ସମୟରେ ଅପମାନିତ ହେବାରୁ ଦେଇଥିଲେ ଇସ୍ତଫା; ଚତୁର୍ଥ ପ୍ରୟାସରେ ୟୁପିଏସସିରେ ସଫଳ ହେଲେ

ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୩ର ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ନିଜର ଚତୁର୍ଥ ପ୍ରୟାସରେ ୟୁପିଏସସିରେ ୭୮୦ତମ ସ୍ଥାନରେ ରହିଥିବା ଆନ୍ଧ୍ର ପ୍ରଦେଶର ଉଦୟ କୃଷ୍ଣା ରେଡ୍ଡି ତାଙ୍କ ସଂଘର୍ଷମୟ ଜୀବନ କାହାଣୀ ବଖାଣିଛନ୍ତି।

ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲା ସିଙ୍ଗରାୟକୋଣ୍ଡା ମଣ୍ଡଳର ଉଲ୍ଲାପଲେମ ଗ୍ରାମରେ ବସବାସ କରନ୍ତି ଉଦୟ କୃଷ୍ଣା । ଉଦୟ ଖୁବ ଅଳ୍ପ ବୟସରୁ ନିଜର ବାପା ଓ ମା’ଙ୍କୁ ହରାଇ ଦେଇଥିଲେ। ଏହାପରେ ସେ ଜେଜେମା’ଙ୍କ ପାଖରେ ରହି ବଡ଼ ହୋଇଛନ୍ତି। ଉଦୟ ପାଠପଢ଼ା ଶେଷ ହେବାପରେ ୨୦୧୩ରେ କନଷ୍ଟେବଳ ଭାବେ ଚାକିରି କରିଥିଲେ।

୨୦୧୩ରୁ ୨୦୧୮ ପାଞ୍ଚବର୍ଷ ଏହି ଚାକିରି କରିବା ପରେ ତାଙ୍କୁ ଏକଦା ସର୍କଲ ଇନ୍ସପେକ୍ଟର ୬୦ଜଣ ସାଥୀ ପୁଲିସ କର୍ମଚାରୀଙ୍କ ସାମ୍ନାକୁ ଅପମାନିତ କରିଥିଲେ। ଏହି ଅପମାନକୁ ସହି ନପାରି ଉଦୟ ଚାକିରି ଛାଡ଼ି ଜଣେ ଅଧିକାରୀ ହୋଇ ଦେଖାଇବେ ବୋଲି ସ୍ଥିର କରିଥିଲେ।

ଏହାପରେ ଉଦୟ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ଆରମ୍ଭ କରି ଦେଇଥି‌ଲେ। ଏହା ମଧ୍ୟରେ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା। ୟୁପିଏସସି ପରୀକ୍ଷାରେ ୩ଥର ଅସଫଳ ହେବାପରେ ବି ସେ ନିଜ ଉପରୁ ବିଶ୍ବାସ ହଟାଇ ନଥିଲେ। ଶେଷରେ ଉଦୟ ଚତୁର୍ଥ ପ୍ରୟାସରେ ୭୮୦ସ୍ଥାନରେ ୟୁପିଏସସିରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର