ସ୍ତ୍ରୀ କଥାବାର୍ତ୍ତା ବନ୍ଦ କରିଦେବାରୁ ମଦ ପିଇ ଗାଡ଼ି ପୋଡ଼ି ପକାଇଲେ ବେକାର ସ୍ୱାମୀ

ତିରୁଚିରାପ୍ପଲ୍ଲୀ: ସ୍ତ୍ରୀ କଥାବାର୍ତ୍ତ ବନ୍ଦ କରି ଦେବାରୁ ବିରକ୍ତ ହୋଇ ଜଣେ ବ୍ୟକ୍ତି ମଦ୍ୟ ପାନ କରିବା ପରେ ଗୋଟିଏ କାର୍‌, ଗୋଟିଏ କୋଠା ଏବଂ ଦୁଇଟି ଦୁଇଚକିଆ ଗାଡ଼ିରେ ନିଅାଁ ଲଗାଇ ଦେଇଛନ୍ତି। ଶୁକ୍ରବାର ଦିନ ଘଟନାଟି ତିରୁଚିରାପ୍ପଲ୍ଲୀ ନିକଟରେ ଘଟିଥିବା କଥା ଶନିବାର ଦିନ ପୁଲିସ କହିଛି।

ପ୍ରାୟ ୩୪/୩୫ ବର୍ଷ ବୟସ୍କ ସେ ବ୍ୟକ୍ତିଙ୍କୁ ସକାଳେ ଗିରଫ କରାଯାଇଥିଲା। ସେ କିଛି ଦିନ ହେବ ବେକାର ହୋଇ ବୁଲୁଥିଲେ ବି କୌଣସି ଚାକିରି ବାକିରି ଖୋଜିବାକୁ ମନା କରୁଥିଲେ। ଏଥିଯୋଗୁଁ ଡାକ୍ତରଖାନାରେ କାମ କରୁଥିବା ତାଙ୍କ ପତ୍ନୀ ରାଗି ଯାଇଥିଲେ ବୋଲି ପୁଲିସ କହିଛି।

ତେଣୁ ଗତ କିଛି ଦିନ ହେବ ସେ ସ୍ୱାମୀଙ୍କ ସହିତ କଥାବାର୍ତ୍ତା କରୁ ନ ଥିଲେ।

ଏଥିଯୋଗୁଁ ସେ ବ୍ୟକ୍ତିଜଣକ ମ୍ରିୟମାଣ ହୋଇ ବାତୁଳ ପାଲଟି ଯାଇଥିଲେ।

ସେ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ପୁଲିସ ଜର୍ଜ ନାମକ ସେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର