ଓଡ଼ିଶାର ୯ଟି କ୍ଷେତ୍ରରେ ସହର ଗ୍ୟାସ ବିତରଣ ବ୍ୟବସ୍ଥା

ନୂଆଦିଲ୍ଲୀ : ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟନ୍ତ୍ରକ ବୋର୍ଡ (ପିଏନ୍‌ଜିଆରବି) ଦ୍ୱାରା ଓଡ଼ିଶାରେ ୯ଟି ଭୌଗୋଳିକ କ୍ଷେତ୍ରରେ ସହର ଗ୍ୟାସ ବିତରଣ ନେଟ୍‌ୱାର୍କ ବିକାଶ ବ୍ୟବସ୍ଥା ପାଇଁ ଅଧିକୃତ କରାଯାଇଛି।

ସୂଚନା ଅନୁସାରେ, ୯ଟି ଭୌଗୋଳିକ କ୍ଷେତ୍ରର ଚିହ୍ନଟ କରାଯାଇଥିବା ଜିଲ୍ଲାମାନଙ୍କରେ ସହର ଗ୍ୟାସ ବିତରଣ ନେଟ୍‌ୱାର୍କ ବିକାଶ ପାଇଁ ଗେଲ୍, ଭାରତ ଗ୍ୟାସ ରିର୍ସୋସେଜ୍ ଲିମିଟେଡ୍, ଗେଲ୍ ଗ୍ୟାସ ଲିମିଟେଡ୍ ଅଦାନୀ ଗ୍ୟାସ ଲିମିଟେଡ୍ କମ୍ପାନିମାନଙ୍କୁ ଅଧିକୃତ କରାଯାଇଛି। ପିଏନ୍‌ଜିଆର୍‌ବି ଦ୍ୱାରା ଅଧିକୃତ ସହର ଗ୍ୟାସ ବିତରଣ କମ୍ପାନି ଗୁଡ଼ିକ ବୈଷୟିକ-ବାଣିଜ୍ୟିକ ବ୍ୟବହାର୍ଯ୍ୟତା ଆଧାରରେ ନିଜର ସିଏନ୍‌ଜି ଷ୍ଟେସନ ସ୍ଥାପନ କରିଥା’ନ୍ତି। ଆଜି ଲୋକସଭାରେ ଓଡ଼ିଶାରେ ସିଏନ୍‌ବି ପାଇପ୍‌ଲାଇନ୍ ସମ୍ପର୍କିତ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବନ୍ଧିତ ଖବର