ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଅପମାନଜନକ ଏବଂ ରୁଚିହୀନ ମନ୍ତବ୍ୟ ଉପରେ ଗୁରୁବାର ଦିନ ସୁପ୍ରିମ୍ କୋର୍ଟ ଘୋର ଉଦ୍ବେଗ ପ୍ରକାଶ କରିବା ସହ ଏଭଳି କରୁଥିବା ଲୋକେ ପରିଣାମ ଭୋଗିବା ଉଚିତ ବୋଲି ଦୁଇ ବରିଷ୍ଠ ଆଡ୍ଭୋକେଟ୍ଙ୍କ ଯୁକ୍ତିରେ ସହମତି ପ୍ରକାଶ କରିଛନ୍ତି।
ବିଚାରପତିମାନେ ସରକାରଙ୍କୁ ସମର୍ଥନ କରୁଛନ୍ତି ବୋଲି କହୁଥିବା ଲୋକଙ୍କୁ ମଧ୍ୟ ସୁପ୍ରିମ୍ କୋର୍ଟ କଡ଼ା ଜବାବ ଦେଇଛନ୍ତି। କୋର୍ଟ କହିଛନ୍ତି କି, ଏ ଭଳି ଦୋଷାରୋପ ଦୁଃଖଦାୟକ ଏବଂ ନାଗରିକମାନଙ୍କର ଅଧିକାର ସୁରକ୍ଷିତ ରଖିବାକୁ ଅଦାଲତ ସବୁ କିପରି ସରକାରଙ୍କୁ ଟାଣୁଛନ୍ତି ତାହା ଦେଖିବାକୁ ଲୋକେ ଅଦାଲତ ପ୍ରକୋଷ୍ଠରେ ବସିବା ଉଚିତ।
ତଦନ୍ତକୁ ପ୍ରଭାବିତ କରିବା ଭଳି ଅପରାଧିକ ମାମଲାଗୁଡ଼ିକ ଉପରେ ସର୍ବସାଧାରଣ ବିଭାଗରେ ଅଧୀଷ୍ଠିତ ମନ୍ତ୍ରୀମାନେ ନିଜର ମତାମତ ଦେବା ଉପରେ କଟକଣା ଲାଗୁ କରିବାକୁ ଆଗତ ଏକ ଆବେଦନର ଶୁଣାଣିବେଳେ କୋର୍ଟ ଏ କଥା କହିଛନ୍ତି।
ଗତବର୍ଷ ବୁଲନ୍ଦସର ଗଣଦୁଷ୍କର୍ମକୁ ସମାଜବାଦୀ ପାର୍ଟିର ନେତା ଅଜାମ୍ ଖାଁ ‘ରାଜନୈତିକ ଷଡ଼ଯନ୍ତ୍ରର ପରିଣାମ’ କହିବା ପରେ ଏହି ମାମଲା ଉଠିଥିଲା। ଏ ଭଳି ମନ୍ତବ୍ୟ ନିମନ୍ତେ ସୁପ୍ରିମ୍ କୋର୍ଟରେ ପୀଡ଼ିତାଙ୍କ ପରିବାର ତାଙ୍କ ବିରୋଧରେ ଏକ ପିଟିସନ୍ ଫାଇଲ୍ କରାଯାଇଥିଲା।
କୋର୍ଟ ଏହି ମାମଲାକୁ ସମ୍ବିଧାନ ଖଣ୍ଡପୀଠଙ୍କୁ ରେଫର୍ କରିଥିଲେ। ସେ କହିଥିଲେ କି ସାମାଜିକ ଗଣମାଧ୍ୟମ ମାମଲା ସମେତ ଆନୁଷ୍ଠାନିକ ବିଚାର ପାଇଁ ପ୍ରଶ୍ନାବଳୀ ପ୍ରସ୍ତୁତି କରିବା ନିମନ୍ତେ ବୃହତ୍ତର ଖଣ୍ଡପୀଠକୁ ସ୍ୱାଧୀନତା ମିଳିବ।
ଲୋକମାନଙ୍କୁ ଆପତ୍ତିଜନକ ଏବଂ ରୁଚିହୀନ ପୋଷ୍ଟ୍ରୁ ନିବୃତ କରାଇବା ନିମନ୍ତେ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯିବା ଉଚିତ ବୋଲି ବରିଷ୍ଠ ଆଡ୍ଭୋକେଟ୍ ଫାଲି ନରିମ୍ୟାନ୍ ଏବଂ ହରିଶ ସାଲ୍ଭେଙ୍କ ଯୁକ୍ତି ଉପରେ କୋର୍ଟ ଗୁରୁତ୍ୱ ଦେଇଥିଲେ। ଦୁଇ ବରିଷ୍ଠ ଓକିଲ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଏ ଏମ୍ ଖାନ୍ଓ୍ଵିଲ୍କର୍ ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ନିଜର ତିକ୍ତ ଅନୁଭୂତି ବଖାଣି ଥିଲେ।
ସାଲ୍ଭେ କହିଥିଲେ: ଲୋକମାନଙ୍କୁ ଉତ୍ତରଦାୟୀ କରାଯିବା କଥା। ଏକ ସର୍ବସାଧାରଣ ପ୍ଲାଟ୍ଫର୍ମରେ ଟୁଇଟ୍ ପୋଷ୍ଟ କରାଯାଉଛି। ଏହା ଏତେ ରୁଚିହୀନ ଯେ ମୁଁ ମୋର ଟୁଇଟର୍ ଆକାଉଣ୍ଟ୍ ବନ୍ଦ କଲି। ଏହାର ଅପବ୍ୟବହାର କରୁଥିବା ଲୋକେ ପରିଣାମ ଭୋଗିବା ଉଚିତ। ନିଜର ବ୍ୟକ୍ତିଗତ ମତ କହି ସରକାରୀକଳର ଲୋକେ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି ବୋଲି ସେ କହିଥିଲେ। ଏଥିପାଇଁ କିଛି କଟଣା ତୁରନ୍ତ ଆବଶ୍ୟକ।
ସାଲ୍ଭେଙ୍କ ମତକୁ ସମର୍ଥନ ଜଣାଇ ନରିମ୍ୟାନ୍ କହିଲେ, ସାମାଜିକ ଗଣମାଧ୍ୟମ ବଡ଼ ଭୟଙ୍କର ଏବଂ ଏ ବିଷୟରେ ଚିନ୍ତା କରୁନାହାନ୍ତି। କିଛି ନୀତି ନିୟମ ରଖାଯିବା ଉଚିତ।
ସମ୍ଭବତଃ ସାମାଜିକ ଗଣମାଧ୍ୟମ ଅନୁସରଣ କରୁଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ଼ ବେଲଗାମ୍ ଅନ୍ଲାଇନ୍ ଉପରେ ନିଜର ଚିନ୍ତା ପ୍ରକଟ କରିଥିଲେ। ସେ କହିଲେ ଯେ, କୋର୍ଟ ମାମଲାକୁ ମଧ୍ୟ କଦର୍ଥ କରାଯାଇ ସାମାଜିକ ଗଣମଧ୍ୟମରେ ପୋଷ୍ଟ୍ କରାଯାଇ ପ୍ରସାରଣ କରାଯାଉଛି।
ନିକଟରେ ଏ ଭଳି ଏକ ମାମଲାରେ କୋର୍ଟର ଦୃଷ୍ଟିଭଙ୍ଗୀକୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଗଲା ଯେମିତି ଏହା ରାୟର ଅଂଶବିଶେଷ। ଫଳତଃ, ଲୋକେ ସୁପ୍ରିମ୍ କୋର୍ଟଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/60960011.jpg)