ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସପ୍ତମ ଦିନରେ ଭାରତୀୟ ଦୂତାବାସ ଏକ ନୂତନ ପରାମର୍ଶ ଜାରି କରାଯାଇଛି। ପରାମର୍ଶ ଅନୁଯାୟୀ, ଖାର୍କିବରେ ଉପସ୍ଥିତ ଥିବା ସମସ୍ତ ଭାରତୀୟ ନିଜ ସୁରକ୍ଷା ପାଇଁ ତୁରନ୍ତ ଖାର୍କିଭ ସହର ଛାଡନ୍ତୁ। ଗାଡ଼ି ବା ଟ୍ରେନ ନମିଳିଲେ ଅପେକ୍ଷା ନକରି ତୁରନ୍ତ ଚାଲି ଚାଲି ସୀମାରେ ପହଞ୍ଚନ୍ତୁ ବୋଲି କହିଛି ଭାରତୀୟ ଦୂତାବାସ। ସବୁଠାରୁ ବଡ଼ କଥା ହେଲା ପରାମର୍ଶ ଜାରି ହେବା ପରେ ପରେ ଖାର୍କିଭ ଉପରେ କ୍ରୁଜ୍ କ୍ଷେପଣାସ୍ତ୍ର ପକାଇଛି ଋଷ। କ୍ରୁଜ୍ କ୍ଷେପଣାସ୍ତ୍ର ପକାଇବା ପରେ ଏବେ ସେଠାରେ ଥିବା ଭାରତୀୟଙ୍କ ଚିନ୍ତା ବଢ଼ିଛି।
2nd Advisory to Indian Students in Kharkiv
2 March 2022.@MEAIndia @PIB_India @DDNewslive @DDNational pic.twitter.com/yOgQ8m25xh— India in Ukraine (@IndiainUkraine) March 2, 2022
ତେବେ ଭାରତୀୟ ଦୂତାବାସ ଜାରି କରିିଥିବା ନୂତନ ପରାମର୍ଶ ଅନୁଯାୟୀ, ନିଜ ସୁରକ୍ଷା ପାଇଁ ତୁରନ୍ତ ଖାର୍କିଭ ଛାଡିବାକୁ ପଡିବ। ଯଥା ଶୀଘ୍ର ସମ୍ଭବ ପେସୋଚିନ୍, ବାବାଏ ଏବଂ ବେଜାଇଲିଉଡୋଭ୍କାକୁ ଚାଲିଯାଆନ୍ତୁ। ଭାରତୀୟ ଦୂତାବାସ ଖାର୍କିଭରେ ଥିବା ସମସ୍ତ ନାଗରିକଙ୍କ ପାଇଁ ସହରରୁ କିପରି ବାହାରକୁ ଯାଇ ହେବ ସେନେଇ ଦ୍ୱିତୀୟ ପରାମର୍ଶଦାତା ମଧ୍ୟ ଜାରି କରିଛି। ଦ୍ୱିତୀୟ ପରାମର୍ଶରେ ଗାଡ଼ି ନମିଳିଲେ ଚାଲି ଚାଲି ପେସୋଚିନ୍, ବାବାଏ ଏବଂ ବେଜାଇଲିଉଡୋଭ୍କାରେ ପହଞ୍ଚିବାକୁ କୁହାଯାଇଛି। ଯେଉଁମାନେ ରେଳଷ୍ଟେସରେ ଅଛନ୍ତି ସେମାନେ ୧୧କିଲୋମିଟର ଚାଲିଚାଲି ପେସୋଚିନକୁ ଯାଇପାରିବା ସହ ୧୨କିଲୋମିଟର ଚାଲି ଚାଲି ବାବାଏ ଏବଂ ୧୬କିଲୋମିଟର ଚାଲିଚାଲି ବେଜାଇଲିଉଡୋଭ୍କାରେ ପହଞ୍ଚିପାରିବେ ବୋଲି କହିଛି ଦୂତାବାସ।