ଦିଲ୍ଲୀ ବିମାନବନ୍ଦରରେ ପରିସ୍ରା କାଣ୍ଡ: ସମସ୍ତଙ୍କ ଆଗରେ ପରିସ୍ରା କରି ମଦ୍ୟପ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରର ୩ ନମ୍ବର ଟର୍ମିନାଲ ଗେଟ୍ ପାଖରେ ସର୍ବସାଧାରଣରେ ପରିସ୍ରା କରିବା ଅଭିଯୋଗରେ ଜଣେ ବିହାରୀ ଲୋକଙ୍କୁ ଗିରଫ କରାଯାଇଛି। ପରେ ତାଙ୍କୁ ଜାମିନରେ ଛଡ଼ାଯାଇଛି।

ଘଟଣାଟି ଘଟିଥିଲା ଜାନୁଆରି ୮ ତାରିଖରେ। ବିହାରୀ ଯାତ୍ରୀ ଜଣଙ୍କର ନାମ ହେଉଛି ଜୌହାର ଅଲି ଖାନ୍। ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ୩ ନମ୍ବର ଟର୍ମିନାଲ‌ର ପ୍ରସ୍ଥାନ ଫାଟକ ପାଖରେ ଖାନ୍ ପରିସ୍ରା କରିବା ସହ ପାଖରେ ଥିବା ଅନ୍ୟ ଲୋକଙ୍କୁ ଗାଳିଗୁଲଜ କରିଥିଲେ। ଖାନ୍‌ଙ୍କର ଦିଲ୍ଲୀରୁ ଏକ ବିମାନରେ ସାଉଦି ଆରବର ଦମାମ ଯିବାର ଥିଲା। ସେ ମଦ ପିଇଥିବା ପରି ଜଣାପଡ଼ୁଥିଲା। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍‌ଏଫ୍‌)ଠାରୁ ଅଭିଯୋଗ ପାଇ ପୁଲିସ ୨୯୪ ଓ ୫୧୦ ଦଫାରେ ମାମଲା ରୁଜୁ କରିବା ସହ ଖାନ୍‌ଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଜାମିନରେ ଛଡ଼ାଯାଇଥିଲା। ନିକଟରେ ମୁମ୍ବାଇର ଜଣେ ବ୍ୟବସାୟୀ ଶଙ୍କର ମିଶ୍ର ବିମାନ ଭିତରେ ଜଣେ ମହିଳାଙ୍କ ଉପରେ ନିଶାଗ୍ରସ୍ତ ଓ ନିଦମଳମଳ ଅବସ୍ଥାରେ ପରିସ୍ରା କରି ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର