ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ନିରାଶ ହୋଇଥିଲେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର। ଏ ନେଇ ନିର୍ବାଚନ ଫଳାଫଳ ଆସିବାର ପାଞ୍ଚ ମାସ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଶିବସେନାରେ ଯୋଗଦେବାକୁ ଯାଉଛନ୍ତି। କଂଗ୍ରେସ ଦଳ ଛାଡ଼ିବା ପରେ ଉର୍ମିଲା ମାତୋଣ୍ଡକର ସୋମବାର ଶିବସେନାରେ ଯୋଗଦେବେ ବୋଲି ଜଣା ପଡ଼ିଛି।
The Hitavadaସୂଚନା ମୁତାବକ, ନିର୍ବାଚନ ପରେ ପରେ ସେପ୍ଟେମ୍ବର ମାସ ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଉର୍ମିଲା ମାତୋଣ୍ଡକର। ମୁମ୍ବଇ କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳକୁ ବିରୋଧକରି ସେ ଇସ୍ତଫା ଦେଇଥିବା କହିଥିଲେ । ସେ ନିଜର ଇସ୍ତଫାପତ୍ରକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନିକଟକୁ ପଠେଇଦେଇଥିଲେ । ଗତ କିଛିଦିନଧରି ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ସଂଜୟ ନିରୁପମଙ୍କ ସହ ତାଙ୍କର ମତଭେଦ ଚାଲିଥିଲା । ସଂଜୟଙ୍କ କିଛି ସମର୍ଥକଙ୍କ ବିରୋଧରେ ସେ ମଧ୍ୟ ଦଳ ହାଇକମାଣ୍ଡ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ତାହାର ବିରୋଧ କରି ଉର୍ମିଲା ଦଳ ଛାଡିଥିବା ପ୍ରକାଶ କରିଥିଲେ । ଏପରିକି ତାଙ୍କ ଗୋପନ ପତ୍ରକୁ ଗଣମାଧ୍ୟମ ଆଗରେ ଲିକ କରାଯିବା ନେଇ ମଧ୍ୟ ସେ ଅସନ୍ତୁଷ୍ଟ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-340.jpg)