ନୂଆଦିଲ୍ଲୀ: ଗତ ରବିବାର ରାଜସ୍ଥାନର ରାଜଧାନୀ ଜୟପୁରରେ ଅନୁଷ୍ଠିତ ହୋଇଥିବା ମିସ ୟୁନିଭର୍ସ ଇଣ୍ଡିଆ-୨୦୨୪ରେ ଗ୍ରାଣ୍ଡ ଫିନାଲେରେ ରିୟା ସିଂଘା ବିଜୟିନୀ ହୋଇଛନ୍ତି। ୧୦ବର୍ଷ ତଳେ ଅର୍ଥାତ ୨୦୧୫ରେ ମିସ ୟୁନିଭର୍ସ ଇଣ୍ଡିଆର ବିଜୟିନୀ ହୋଇଥିବା ଉର୍ବଷି ରୌତେଲା ରିୟାଙ୍କୁ ମିସ ୟୁନିଭର୍ସ ଇଣ୍ଡିଆ-୨୦୨୪ର ମୁକୁଟ ପିନ୍ଧାଇଥିଲେ।
୫୧ଜଣ ବଛାବଛା ସୁନ୍ଦରୀ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆଗକୁ ବଢ଼ିଥିବା ରିୟା ଏଣିକି ଅନ୍ତର୍ଜାତୀୟ ମିସ ୟୁନିଭର୍ସ ପ୍ରତିଯୋଗୀରେ ଭାରତକୁ ପ୍ରତିନିଧିତ୍ବ କରିବେ। ଯାହା ଆମ ଦେଶ ପାଇଁ ଏକ ଗୌରବର ବିଷୟ।
ଏଭଳି ସୁନ୍ଦର ମୁହୂର୍ତ୍ତକୁ ନେଇ ରିୟା ପ୍ରତିକ୍ରିୟା ଦେଉଥିବା ବେଳେ ଭାବୁକ ହୋଇ କହିଥିଲେ, ‘୨୦୨୪ ପୂର୍ବରୁ ଯେଉଁମାନେ ଏହି ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଛନ୍ତି ସେମାନଙ୍କ ଠାରୁ ମୁଁ ବହୁତ କିଛି ପ୍ରେରଣା ପାଇଛି। ଏହି ସ୍ଥାନରେ ପହଞ୍ଚିବା ପାଇଁ ମୋତେ ଅନେକ ସଂଘର୍ଷ ଓ ପରିଶ୍ରମ କରିବାକୁ ପଡ଼ିଛି। ଶେଷରେ ଯାଇ ଏହି ସଫଳତା ହାସଲ କରି ପାରିଛି।
ମିସ ୟୁନିଭର୍ସ ଇଣ୍ଡିଆ ୨୦୨୪ର ମୁକୁଟ ଜିତିଥିବା ୧୯ ବର୍ଷୀୟ ରିୟା ସିଂଘା। ଗୁଜୁରାଟର ଜଣେ ଜଣାଶୁଣା ମଡେଲ୍। ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ । ଇନଷ୍ଟାଗ୍ରାମରେ ତାଙ୍କର ୪୦ହଜାରରୁ ଅଧିକ ଅନୁସରଣକାରୀ ଅଛନ୍ତି। ତାଙ୍କର ଷ୍ଟାଇଲ୍ ଏବଂ ସୌନ୍ଦର୍ଯ୍ୟ ହେତୁ ସେ ପ୍ରଶଂସକଙ୍କ ମଧ୍ୟରେ ଲୋକପ୍ରିୟ ରହୁନ୍ତି। ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ୍ ଜିତିବା ପରେ ତାଙ୍କ ପ୍ରଶଂସକମାନେ ଆହୁରି ବୃଦ୍ଧି ପାଇ ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/M2JCwojYIUFZGqfNSvnB.jpg)