ରାଲି: ଆମେରିକୀୟ ପ୍ରଦେଶ ଉତ୍ତର କ୍ୟାରୋଲିନାର ଜଣେ କର୍କଟ ରୋଗାକ୍ରାନ୍ତ ୧୦ ବର୍ଷୀୟ ବାଳିକା ମରିବାର ୧୨ ଦିନ ପୂର୍ବରୁ ତା’ର ପିଲାଦିନର ପ୍ରେମିକଙ୍କୁ ବାହା ହୋଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

Advertisment

ମରିବା ଆଗରୁ ବିବାହ କରିବା ଲାଗି ଆଶା କରିଥିବା ରକ୍ତ କର୍କଟ ରୋଗରେ ପୀଡ଼ିତା ୧୦ ବର୍ଷୀୟ ବାଳିକା ଇମ୍ମା ଏଡ୍‌ୱାର୍ଡର ଇଚ୍ଛା ପୂରଣ କରିବାରେ ତା’ର ବାପାମାଆ ସହାୟକ ହୋଇଥିଲେ।

‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ ଅନୁସାରେ, ଜୁନ୍‌ ୨୯ ତାରିଖ ଦିନ ଗୋଟାଏ ମିଛିମିଛିକା ବିବାହ ଉତ୍ସବରେ (ମକ୍‌ ୱେଡିଙ୍ଗ୍‌) ପ୍ରେମିକ ଡାନିଏଲ୍‌ ମାର୍ସାଲ୍‌ କ୍ରିଷ୍ଟୋଫର୍‌ ‘ଡିଜେ’ ୱିଲିୟମ୍‌ସ୍‌ ଜୁନିୟର୍‌ ଇମ୍ମା ଏଡ୍‌ୱାର୍ଡଙ୍କୁ ବିବାହ କରିଥିଲା। ଏହାର ୧୨ ଦିନ ପରେ ଇମ୍ମାଙ୍କର ଦେହାନ୍ତ ହୋଇଗଲା।

publive-image Image Courtesy of MailOnline

ଇମ୍ମା ‘ଲିମ୍ଫୋବ୍ଲାଷ୍ଟିକ୍‌ ଲ୍ୟିୁକିମିଆ’ (ଅସ୍ଥିମଜ୍ଜା ଓ ରକ୍ତ କର୍କଟ) ରୋଗରେ ଆକ୍ରାନ୍ତ ବୋଲି ୨୦୨୨ ଏପ୍ରିଲ୍‌ରେ ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଥିଲା। ଇମ୍ମାଙ୍କ ବାପାମାଆ ଏଲିନା ଓ ଅରୋନ୍‌ ଏଡ୍‌ୱାର୍ଡ ଆଶା କରିଥିଲେ ସେ ସୁସ୍ଥ ହୋଇଯିବ। କିନ୍ତୁ, ଜୁନ୍‌ ମାସରେ ସେମାନଙ୍କୁ ସୁନିଶ୍ଚିତ କରାଗଲା କି, ଇମ୍ମା ପୀଡ଼ିତ ହୋଇଥିବା କର୍କଟ ରୋଗ ଭଲ ହେବନାହିଁ। ତା’ଛଡ଼ା ସେ ଆଉ ଅଳ୍ପ କେତେ ଦିନ ମାତ୍ର ବଞ୍ଚିବ।

ଏ ଦୁଃସମ୍ବାଦ ପାଇ ଇମ୍ମାର ମାଆ ଏଲିନା ଓ ଡି.ଜେ.ର ମାଆ ଇମ୍ମାର ମିଛିମିଛିକା ବାହାଘର (ମକ୍‌ ୱେଡିଙ୍ଗ୍‌) କରାଇବା ଲାଗି ତତ୍ପର ହୋଇଉଠିଲେ। ଦୁଇ ଦିନରୁ କମ୍‌ ସମୟ ମଧ୍ୟରେ ସବୁ ଆୟୋଜନ କରାଗଲା। ଏଲିନା କହିଛନ୍ତି, ଏଡ଼େ ସୁନ୍ଦର ଭାବେ ଦୁହେଁ ବାହା ହେଲେ। ସେ ମୁହୂର୍ତ୍ତ ଖୁବ୍‌ ସ୍ମରଣୀୟ।

ଇମ୍ମାର ଆଈମାଙ୍କ ବଗିଚାରେ ଏହି ବିବାହ ଉତ୍ସବ ‌ଅନୁଷ୍ଠିତ ହୋଇଥିଲା।  ୧୦୦ଜଣ ଆମନ୍ତ୍ରିତ ଅତିଥି ସେମାନଙ୍କ ବିବାହ ଦେଖିଥିଲେ। କେମିତି ଉଭୟଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା ସେମାନଙ୍କର ଶିକ୍ଷୟିତ୍ରୀ ବକ୍ତବ୍ୟ ଦେଇ କହିଥିଲେ।