ଟ୍ରମ୍ପ୍ ଓ ପୁଟିନ୍ ଫୋନରେ କଥାହେବା ପରେ ରୁଷରୁ ଭେଣ୍ଟିଲେଟର୍ ଓ ଡାକ୍ତରୀ ସାମଗ୍ରୀ କିଣିବାକୁ ରାଜି ହେଲା ଆମେରିକା

ୱାସିଂଟନ୍: କୋଭିଡ୍-୧୯ରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ ଆମେରିକା ରୁଷ୍ ଠାରୁ ଭେଣ୍ଟିଲେଟର୍, ଡାକ୍ତରୀ ସାମଗ୍ରୀ ଏବଂ ବ୍ୟକ୍ତିଗତ ସୁରକ୍ଷା ପ୍ରଦାନକାରୀ ଅନ୍ୟାନ୍ୟ ଜିନିଷ କିଣିବାକୁ ରାଜି ହୋଇଛି ।

ମାର୍ଚ ୩୦ ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହେବା ପରେ ରୁଷରୁ ଆବଶ୍ୟକ ଡାକ୍ତରୀ ସାମଗ୍ରୀ ଖରିଦ କରିବାକୁ ଆମେରିକା ପଦକ୍ଷେପ ନେଇଥିଲା ।

ଏ ସଂକ୍ରାନ୍ତରେ ବୈଦେଶିକ ବିଭାଗର ମୁଖପାତ୍ର ମୋର୍ଗାନ୍ ଅର୍ଟାଗସ୍ କହିଛନ୍ତି ଯେ ଏପ୍ରିଲ୍ ୧ ତାରିଖ ଦିନ ଏହି ସାମଗ୍ରୀଗୁଡ଼ିକୁ ଫରେନ୍ ଏକ୍ସଚେଞ୍ଜ୍ ମ୍ୟାନେଜମେଣ୍ଟ୍ ଆକ୍ଟକୁ ହସ୍ତାନାର କରାଯାଇଛି ।

Image Source: News18

ସେ ଆହୁରି କହିଛନ୍ତି ଯେ ଅତୀତରେ ସଙ୍କଟ ସମୟରେ ଉଭୟ ଦେଶ ପରସ୍ପରକୁ ମାନବୀୟ ସହାୟତା ଯୋଗାଇ ଆସିଛନ୍ତି । ତେଣୁ ଭବିଷ୍ୟତରେ ଏଭଳି ହେବାରେ ସନ୍ଦେହର କୌଣସି କାରଣ ନାହିଁ ।

ଆମ ସମସ୍ତଙ୍କ ଜୀବନ ପ୍ରତି ବିପଦର କାରଣ ହୋଇଥିବା ଶତ୍ରୁକୁ ପରାହତ କରିବାକୁ ଏକତ୍ର କାମ କରିବାର ଏହାହିଁ ପ୍ରକୃତ ସମୟ ।

ଏଠାରେ ସ୍ମରଣ କରାଇଦିଆଯାଇ ପାରେ ଯେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ କରୋନାଭାଇରସ୍ ମହାମାରୀ ଆମେରିକାରେ ଦୁଇ ଲକ୍ଷ ଲୋକଙ୍କ ଜୀବନ ନେବ ବୋଲି ହ୍ୱାଇଟ୍ ହାଉସ୍ ଚେତାବନୀ ଦେଇଛି ।

ସମ୍ବନ୍ଧିତ ଖବର