ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାରେ ସୈନିକ ଥିବା ଭାରତୀୟ ବଂଶୋଦ୍ଭବ ଦର୍ଶନ ଶାହ ୟୁନିଫର୍ମ ପିନ୍ଧିଥିବା ବେଳେ ମଧ୍ୟ ତିଳକ ଲଗାଇ ପାରିବେ ବୋଲି ଅନୁମତି ପାଇଛନ୍ତି।
ଧାର୍ମିକ କଟକଣା ଲାଗୁ କରା ନ ଯାଉ ବୋଲି ସେ ନିବେଦନ କରିଥିବା ଖବର ଅନ୍ଲାଇନ୍ ଗ୍ରୁପ୍ ଚାଟ୍ରେ ପ୍ରସାରିତ ହେବା ପରେ ବିଶ୍ବବ୍ୟାପୀ ଶାହଙ୍କ ପ୍ରତି ସମର୍ଥନ ମିଳିଥିଲା।
Image Courtesy of India Todayଏ ସଂକ୍ରାନ୍ତରେ ଶାହ କହନ୍ତି, ଟେକ୍ସାସ୍, କାଲିଫର୍ଣ୍ଣିଆ, ନିଉଜର୍ସି ଏବଂ ନ୍ୟୁୟର୍କରେ ଥିବା ମୋର ବନ୍ଧୁମାନେ ଓ ମୋ ବାପାମାଆ ମୋ ପାଖକୁ ବାର୍ତ୍ତା ପଠାଉଛନ୍ତି। ବାୟୁସେନାରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଥିବାରୁ ସେମାନେ ବେଶ୍ ଆନନ୍ଦିତ। ଏଇଟା ଗୋଟାଏ ନୂଆ କଥା। ଏଭଳି କଥା ମୁଁ ପୂର୍ବରୁ କେବେ ଶୁଣି ନ ଥିଲି କି, ସମ୍ଭବପର ବୋଲି କଳ୍ପନା କରି ନ ଥିଲି, କିନ୍ତୁ ତାହା ସମ୍ଭବ ହେଲା।
‘ମାଇଟି ନାଇଣ୍ଟି’ରେ ଥିବା ନିଜ ସହକର୍ମୀଙ୍କ ଠାରୁ ମଧ୍ୟ ଶାହା ସମର୍ଥନ ବିପୁଳ ସମର୍ଥନ ପାଉଛନ୍ତି।
ସଂକ୍ଷିପ୍ତରେ କହିବାକୁ ଗଲେ ଦୈନିକ ତିଳକ ଲଗାଇ କାମକୁ ଯିବା ପାଇଁ ବଡ଼ ବିଚିତ୍ର ଲାଗୁଛି ବୋଲି ଶାହ କହିଛନ୍ତି।
ସୂଚନାଯୋଗ୍ୟ, ଧାର୍ମିକ କଟକଣା ଉଠାଇବା ପାଇଁ ଶାହ ‘ବେସିକ୍ ମିଲିଟାରି ଟ୍ରେନିଙ୍ଗ୍’ ସମୟରୁ ଉଦ୍ୟମ କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/tilak-1.jpg)