ବେରୁତ: ଲେବାନନରେ ଥିବା ହିଜବୁଲ୍ଲାର ଘାଟି ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଥିବାବେଳେ ଆମେରିକା ସିରିଆରେ ଏୟାରଷ୍ଟ୍ରାଇକ୍ କରିଛି ।  ଆମେରିକା ବାୟୁସେନା ସିରିଆରେ ଥିବା ଆତଙ୍କବାଦୀ ଶିବିର ଉପରେ ଦୁଇଟି ବଡ଼ ଧରଣର ଆକ୍ରମଣ କରିଛି। ଏହି ଆକ୍ରମଣରେ ଉଗ୍ରବାଦୀ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ସଂଗଠନ ଏବଂ ଅଲ୍ କାଏଦା ସହ ଜଡ଼ିତ ୩୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରବିବାର ଆମେରିକୀୟ ସେନା ଏହି ସୂଚନା ଦେଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବରିଷ୍ଠ ଆତଙ୍କବାଦୀ ଥିବା ଜଣାପଡ଼ିଛି।

Advertisment

ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ ବିବୃତ୍ତିରେ କହିଛି ଯେ ସେମାନେ ମଙ୍ଗଳବାର ଉତ୍ତର-ପଶ୍ଚିମ ସିରିଆରେ ଅଲ୍ କାଏଦା ସଂପୃକ୍ତ ହୁରାସ୍ ଅଲ୍-ଦିନ୍ ଗୋଷ୍ଠୀର ଜଣେ ଶୀର୍ଷ ଆତଙ୍କବାଦୀ ଏବଂ ଅନ୍ୟ ୮ ଜଣଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲେ। ସେମାନେ ସେପ୍ଟେମ୍ବର ୧୬ ରେ ହୋଇଥିବା ଆକ୍ରମଣର ବିବରଣୀ ମଧ୍ୟ ଦେଇଛନ୍ତି ଯେଉଁଥିରେ ସେମାନେ କେନ୍ଦ୍ରୀୟ ସିରିଆର ଏକ ଦୁର୍ଗମ ଅଜ୍ଞାତ ସ୍ଥାନରେ ଥିବା ଆଇଏସ ପ୍ରଶିକ୍ଷଣ ଶିବିର ଉପରେ "ବଡ଼ ଏୟାରଷ୍ଟ୍ରାଇକ୍" କରିଥିଲେ । ଏହି ଆକ୍ରମଣରେ ୨୮ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସିରିଆରେ ପ୍ରାୟ ୯୦୦ ଆମେରିକୀୟ ସୈନିକ ଅଛନ୍ତି ଯେଉଁମାନେ ମୁଖ୍ୟତଃ ଉଗ୍ରବାଦୀ ଆଇଏସ୍ ସଙ୍ଗଠନ ପ୍ରତ୍ୟାହାରକୁ ରୋକିବାକୁ ଚେଷ୍ଟା କରୁଛନ୍ତି। ୨୦୧୪ରେ ଇରାକ ଓ ସିରିଆରେ ବଡ଼ ଧରଣର ଆକ୍ରମଣ କରିଥିଲା ଆଇଏସ୍ ।