ୱାସିଂଟନ୍ : ପୂର୍ବ ସିରିୟାରେ ଆଜି ଆମେରିକା ବିମାନ ଆକ୍ରମଣ କରିଛି। ବୁଧବାର ଇରାନ୍ର ଏକ ଡ୍ରୋନ୍ ଆକ୍ରମଣରେ ଆମେରିକାର ଜଣେ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ହେବାପରେ ଆମେରିକା ପାଲଟା ଜବାବ ଦେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇରାନ ଡ୍ରୋନ୍ ଆକ୍ରମଣରେ ଅନ୍ୟ ଜଣେ ଆମେରିକୀୟ ସଦସ୍ୟ ଏବଂ ଆମେରିକା ସୈନିକ ମଧ୍ୟ ଆହତ ହୋଇଛନ୍ତି। ଯଦିଓ ସିରିଆରେ ଆମେରିକା ସେନା ଉପରେ ପୂର୍ବରୁ ଡ୍ରୋନ୍ ଆକ୍ରମଣ ହୋଇଛି କିନ୍ତୁ ଖୁବ୍ କମ୍ ଘଟଣାରେ ସୈନିକଙ୍କ ମୃତ୍ୟୁ ହୋଇଥାଏ। ଆମେରିକା ଗୁଇନ୍ଦା ବିଭାଗ ଆକଳନ କରି ଜାଣିପାରିଛନ୍ତି ଯେ ଆକ୍ରମଣ କରିଥିବା ଡ୍ରୋନ୍ଟି ଇରାନ୍ର। ଇତିମଧ୍ୟରେ ଆମେରିକାର ବରିଷ୍ଠ ନେତା ଲଏଡ ଅଷ୍ଟିନ କହିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିର୍ଦ୍ଦେଶକ୍ରମେ ବିମାନ ଆକ୍ରମଣ କରାଯାଇଛି।
ସିରିଆରେ ଆମେରିକାର ବିମାନ ଆକ୍ରମଣ, ୧୧ ମୃତ
/sambad/media/post_attachments/wp-content/uploads/2023/03/rrr2a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)