୨୬/୧୧ ଆକ୍ରମଣକାରୀଙ୍କ ସୂଚନା ପାଇଁ ୩୫ କୋଟି ଟଙ୍କା ପୁରସ୍କାର ଘୋଷଣା କଲା ଯୁକ୍ତରାଷ୍ଟ୍ର ଆମେରିକା

ଓ୍ଵାସିଂଟନ୍‌: ‘୨୦୦୮ ମୁମ୍ବାଇ ଆକ୍ରମଣ’ ଘଟାଇଥିବା, ଷଡ଼ଯନ୍ତ୍ର କରିଥିବା ବା ସହାୟତା କରିଥିବା ଯେ କୌଣସି ଦେଶର ଯେ କୌଣସି ବ୍ୟକ୍ତିଙ୍କ ଗିରଫଦାରି ବା ବିଚାର ପାଇଁ ସୂଚନା ନିମନ୍ତେ ସୋମବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ୫ ନିୟୁତ ଡଲାର୍‌ (ଭାରତତୀୟ ମୁଦ୍ରାରେ ୩୫ କୋଟିରୁ ଅଧିକ) ପୁରସ୍କାର ଘୋଷଣା କରିଛି।

ଏହି ଆତଙ୍କବାଦୀ ଆକ୍ରମଣର ଦଶବର୍ଷ ପୂର୍ତ୍ତୀ ଅବସରରେ ଟ୍ରମ୍ପ୍‌ ପ୍ରଶାସନ ଏଭଳି ବଡ଼ ପୁରସ୍କାର ଘୋଷଣା କରିଛି। ଏହି ଆକ୍ରମଣରେ ୧୦ ଜଣ ପାକିସ୍ତାନୀ ଲସ୍କର୍‌-ଏ-ତୈବା ଆତଙ୍କବାଦୀ ଭାରତର ଆର୍ଥିକ ନାଭିଚକ୍ର ମୁମ୍ବାଇରେ ଆଖିବୁଜା ଗୁଳି ଚଳାଇ ୬ ଜଣ ଆମେରିକୀୟଙ୍କ ସମେତ ୧୬୬ ଜଣ ଲୋକଙ୍କୁ ମାରିଥିଲେ।

ସୋମବାର ଦିନ ଷ୍ଟେଟ୍‌ସ୍‌ ଡିପାର୍ଟମେଣ୍ଟ୍‌ର ରିଓ୍ଵାର୍ଡସ୍‌ ଫର୍‌ ଜଷ୍ଟିସ୍‌ ପ୍ରୋଗ୍ରାମ କହିଛି: ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଚିହ୍ନଟ କରି ତାଙ୍କର ବିଚାର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ତା’ର ଆନ୍ତର୍ଜାତିକ ମିତ୍ରଙ୍କ ସହ କାର୍ଯ୍ୟ କରିବାକୁ ବଦ୍ଧପରିକର।

ଆଜିର ଘୋଷଣା ମୁମ୍ବାଇ ଆକ୍ରମଣକାରୀଙ୍କ ସୂଚନା ସକାଶ ତୃତୀୟ ଆର୍‌ଏଫ୍‌ଜେ ଘୋଷଣା।

ଷ୍ଟେଟସ୍‌ ଡିପାର୍ଟମେଣ୍ଟ୍‌ କହିଛି ଯେ ଏହି ଘଟନା ସଂକ୍ରାନ୍ତରେ ଯେଉଁ ବ୍ୟକ୍ତିଙ୍କ ପାଖରେ ସୂଚନା ଅଛି ସେମାନେ ରିଓ୍ଵାର୍ଡସ୍‌ ଫର୍‌ ଜଷ୍ଟିସ୍‌ ଅଫିସ୍‌ ସହ େଓ୍ଵବ୍‌ସାଇଟ୍‌ ଜରିଆରେ ଯୋଗାଯୋଗ କରି ପାରିବେ।

ସମ୍ବନ୍ଧିତ ଖବର