ମୃତ୍ୟୁ ସଂଖ୍ୟା ବଢିବା ପରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପିକୁ ଅନୁମତି ଦେଲା ଆମେରିକା

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆମେରିକା ଶେଷରେ ପ୍ଲାଜମା ଥେରାପିକୁ ଅନୁମତି ଦେଇଛି | ଏ ନେଇ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ | ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଜରୁରୀକାଳୀନ ଅଧିକାର ଅଧୀନରେ କରୋନା ଚିକିତ୍ସାର ଏହି ପଦ୍ଧତିକୁ ଅନୁମୋଦନ କରିଛନ୍ତି। ପ୍ରାୟ ୧.୫ମାସ ପୂର୍ବରୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ପ୍ଲାଜମା ଥେରାପିର ଆରମ୍ଭ କରାଯାଇଥିବା ବେଳେ ଏବେ ଆମେରିକା ମଧ୍ୟ ଏହି ପଦ୍ଧତି ବ୍ୟବହାର କରିବା ଆରମ୍ଭ କରିବ | ଟିକା ବାହାରିବାରେ ବିଳମ୍ବ ହେଉଥିବାରୁ ଚିକିତ୍ସା ପାଇଁ ଆମେରିକା ପ୍ଲାଜମା ଥେରାପିକୁ ଅନୁମତି ଦେଇଥିବା ଜଣା ପଡିଛି |

अमेरिका के राष्ट्रपति डोनाल्ड ट्रंप (फोटो-पीटीआई)
aajtak

ଏହି ଅବସରରେ ହ୍ୱାଇଟ ହାଉସରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ବେଳେ ଟ୍ରମ୍ପ ପୁଣି ଥରେ କରୋନା ଭୂତାଣୁକୁ ଚୀନର ଭୂତାଣୁ ବୋଲି କହିଥିଲେ। ସେ କହିଥିଲେ ଯେ, ଏଭଳି ଐତିହାସିକ ଘୋଷଣା କରି ମୁଁ ଖୁସି, ଚୀନର ଭୂତାଣୁ ବିରୋଧରେ ସଂଗ୍ରାମ କରିବା ପାଇଁ ଏଫଡିଏ ପ୍ଲାଜମା ଥେରାପିର ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଇଛି, ଯାହା ଅଗଣିତ ଜୀବନ ରକ୍ଷା କରିବ।

ତେବେ ଭାରତରେ ପ୍ଲାଜମା ଥେରାପି ଅନେକ ପୂର୍ବରୁ ଆରମ୍ଭ ହୋଇଯାଇଛି | ଟିକା ବାହାରିବାରେ ବିଳମ୍ବ ହେବା ଜାଣି ଭାରତ ସରକାର ପ୍ଲାଜମା ଥେରାପିକୁ ଅନୁମତି ଦେଇଥିଲେ | ଯାହା ଦ୍ୱାରା ଏ ପର୍ଯ୍ୟନ୍ତ ଅନେକ ଜୀବନ ବଞ୍ଚାଇବାରେ ଡାକ୍ତର ସଫଳ ହୋଇଛନ୍ତି | ଏହି ପଦ୍ଧତିରେ କରୋନା ମୁକ୍ତ ହୋଇସାରିଥିବା ଲୋକଙ୍କ ଶରୀରରୁ ପ୍ଲାଜମା ନିଆଯାଇ କରୋନା ଆକ୍ରାନ୍ତଙ୍କ ଶରୀରରେ ଦିଆଯାଏ |

ସମ୍ବନ୍ଧିତ ଖବର