ଭାରତକୁ ଆର୍ମସ ଡ୍ରୋନ ଯୋଗାଇବ ଆମେରିକା, ବାୟୁସେନାର ସାମରିକ ଶକ୍ତି ଆହୁରି ଶକ୍ତିଶାଳୀ ହେବ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଭାରତୀୟ ବାୟୁସେନା ଆର୍ମସ ଡ୍ରୋନ ଯୋଗାଇବା ପାଇଁ ଆମେରିକାକୁ ଅନୁରୋଧ କରିଥିଲା । ଏବେ ଭାରତର ଏହି ୮ ବିଲିୟନ ମୂଲ୍ୟର ସାମିରକ ଡିଲ ଉପରେ ବିଚାର କରୁଛନ୍ତି ଆମେରିକା ସରକାର ବୋଲି ସୂଚନା ଦେଇଛନ୍ତି ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ।

ସୂଚନାଯୋଗ୍ୟ, ଭାରତ ଜଳ, ସ୍ଥଳ ଓ ଆକାଶ ପଥରେ ନିଜର ଶକ୍ତି ବୃଦ୍ଧି କରୁଛି । ଉଭୟ ଚୀନ୍‌ ଓ ପାକିସ୍ତାନକୁ ମାତ ଦେବା ପାଇଁ ସେନାବାହିନୀକୁ ଆହୁରି ଶକ୍ତିଶାଳୀ କରୁଛି ଭାରତ । ଏହିକ୍ରମରେ ଆମେରିକାରର ଅଟୋମିକ୍‌ ପ୍ରେଡାଟର ସି-ଏଭେଞ୍ଜର ଏୟାରକ୍ରାଫ୍‌ଟ ମିଳିଲେ ଭାରତୀୟ ବାୟୁସେନା ଆହୁରି ଶକ୍ତିଶାଳୀ ହେବ। ୮୦ ରୁ ୧୦୦ଟି ଆର୍ମସ ଡ୍ରୋନ ଯୋଗାଇବା ପାଇଁ ଆମେରିକାକୁ ଭାରତ ଅନୁରୋଧ କରିଛି । ଯାହାର ଅନୁମାନିକ ମୂଲ୍ୟ ୮ବିଲିୟନ ଡଲାର ରହିଛି। ଗତ ଜୁଲାଇ ୨୬ରେ ହ୍ଵାଇଟ ହାଉସରେ ମୋଦି-ଟ୍ରମ୍ପଙ୍କ ସାକ୍ଷାତର ମାସକ ପରେ ଆମେରିକା ୨୨ଟି ଗାର୍ଡିୟାନ ଡ୍ରୋନ ଭାରତକୁ ବିକ୍ରି କରିବ ବୋଲି ଘୋଷଣା କରିଛି ।

ଏହି ଡ୍ରୋନ ଭାରତୀୟ ନୌସେନାରେ ସାମିଲ ହେଲେ ଭାରତୀୟ ମହାସାଗରରେ ଭାରତର ସ୍ଥିତି ଆହୁରି ମଜବୁତ ହେବ । ଗାର୍ଡିୟନ ଡ୍ରୋନ ଭଳି ଆର୍ମଡ୍‌ ଡ୍ରୋନ ଡିଲକୁ ମଧ୍ୟ ଆମେରିକା ମଞ୍ଜୁର କରିବ ବୋଲି ଆଶା କରାଯାଉଛି। ଆଉ ଆର୍ମ ଡ୍ରୋନ ମିଳିଲେ ଭାରତୀୟ ବାୟୁସେନାର ସାମରିକ ଶକ୍ତି ଆହୁରି ଶକ୍ତିଶାଳୀ ହେବ ।

ସମ୍ବନ୍ଧିତ ଖବର