ଭାରତକୁ କହିଲା ଆମେରିକା: ରୁଷ୍‌ ସହ ହୋଇଥିବା ଏସ୍‌-୪୦୦ ରାଜିନାମା ରଦ୍ଦ କର ନଚେତ ‘କାଟ୍‌ସା’ କଟକଣା ଲାଗୁହେବ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓଙ୍କ ଭାରତ ଗସ୍ତ ପୂର୍ବରୁ ଶୁକ୍ରବାର ଦିନ ଓ୍ଵାସିଂଟନ୍‌ ଭାରତକୁ କହିଛି କି, ରୁଷ୍‌ ସହ ହୋଇଥିବା ଏସ୍‌-୪୦୦ ଟ୍ରମ୍ଫ୍‌ କ୍ଷେପଣାସ୍ତ୍ର ରାଜିନାମା ରଦ୍ଦ କର ନଚେତ ‘କାଟ୍‌ସା’ କଟକଣା ଲାଗୁ ହେବାର ଆଶଙ୍କା ରହିଛି।

ରୁଷ୍‌ ସହ ଭାରତର ଏସ୍‌-୪୦୦ ପ୍ରତିରକ୍ଷା କ୍ଷେପଣାସ୍ତ୍ର ରାଜିନାମା ସଂକ୍ରାନ୍ତରେ ଆମେରିକାର ବୈଦେଶିକ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମେଳନରେ କହିଛନ୍ତି ଯେ ବିକଳ୍ପ ଖୋଜିବାକୁ ଆମେରିକା ଭାରତକୁ ଉତ୍ସାହ ଦେବାର ସମୟ ଆସିଛି।

Image Source: Hindustan Times

ଜୁନ୍‌ ୨୫-୨୭ ମଧ୍ୟରେ ପୋମ୍ପେଓଙ୍କ ଗସ୍ତ କାର୍ଯ୍ୟକ୍ରମ ବିଷୟରେ ସମ୍ପୃକ୍ତ ଅଧିକାରୀ ସୂଚନା ଦେଉଥିଲେ। ମୋଦୀ ଦ୍ୱିତୀୟ ବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ହେବ ଟ୍ରମ୍ପ୍‌ ପ୍ରଶାସନର ଅଧିକାରୀଙ୍କର ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ।

ଏସ୍‌- ୪୦୦ ମାମଲା ସଂକ୍ରାନ୍ତରେ ପଚରା ଯିବାରୁ ସେ କହିଲେ କି, ‘କାଟ୍‌ସା’ କଟକଣାର କାରଣ ହେବାକୁ ଥିବା ରୁଷ୍‌ ସହ ହୋଇଥିବା ଏହି ରାଜିନାମାକୁ ଭାରତ ରଦ୍ଦ କରୁ। ସେ ଆହୁରି କହିଲେ କି, ଭାରତର ସାମରିକ ଦକ୍ଷତା ଏବଂ ଉନ୍ନତ ମାନ ଓ ପରିମାଣର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସମ୍ପର୍କ ବୃଦ୍ଧି ପାଇଁ ଟ୍ରମ୍ପ ପ୍ରଶାସନ ବଡ଼ ବଡ଼ ପଦକ୍ଷେପମାନ ନେଇଛି।

ଭାରତ ଏସ୍‌- ୪୦୦ର ବିକଳ୍ପ ଖୋଜୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର