ୱାସିଂଟନ୍: କୋଭିଡ୍-୧୯ବିରୋଧୀ ଯୁଦ୍ଧରେ ଆମେରିକାର ସ୍ଥିତି ଏବେ ଖୁବ୍ ସଙ୍କଟଜନକ । ଦ୍ରୁତ ବେଗରେ ବିସ୍ତାରଲାଭ କରୁଥିବା କରୋନାଭାଇରସ୍ ମହାମାରୀ ବିରୋଧୀ ଲଢ଼େଇ ଜିଣିବାକୁ ଆସନ୍ତା ଚାରି ସପ୍ତାହ ଘରେ ରୁହନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ବୋଲି ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଆମେରିକୀୟମାନଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ହ୍ୱାଇଟ୍ ହାଉସରେ ଚାଲିଥିବା ଦୈନିକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଟ୍ରମ୍ପ୍ ଗୁରୁବାର ଦିନ କହିଛନ୍ତି ଯେ ଆମେ କରୋନାଭାଇରସ୍ ସଂଗ୍ରାମର ଅତି ସଂକଟଜନକ ପର୍ଯ୍ୟାୟରେ ଅଛନ୍ତି । ସଂକ୍ରମଣର ବେଗ ହ୍ରାସ କରିବାକୁ ପ୍ରତ୍ୟେକ ଆମେରିକୀୟ ୩୦ଦିନିଆ ମାର୍ଗଦର୍ଶିକା ଅନୁସରଣ କରିବା ଉଚିତ । ଏହି ଚାରି ସପ୍ତାହ ତ୍ୟାଗ ଅଗଣିତ ଆମେରିକୀୟଙ୍କ ଜୀବନ ରକ୍ଷା କରିବ ।

publive-image Image Source: Hindustan Times

ହ୍ୱାଇଟ୍ ହାଉସ୍ କହିଛି ଯେ ମାରାତ୍ମକ କରୋନାଭାଇରସ୍ ସଂକ୍ରମଣ ଦମନ କରିବାକୁ ଆମେରିକା ଚଳାଇଥିବା ସଂଗ୍ରାମ ସମୟରେ ସମୁଦାୟ ୩୩୦ ନିୟୁତ ଆମେରିକୀୟଙ୍କ ମଧ୍ୟରୁ ୩୦୫ ନିୟୁତ ଆମେରିକୀୟ ଘରେ ରହୁଛନ୍ତି । ଏପର୍ଯ୍ୟନ୍ତ କରୋନାଭାଇରସ୍ ୨୩୫ ହଜାର ବ୍ୟକ୍ତିଙ୍କୁ ସଂକ୍ରମିତ କରିବା ସହ ୫, ୮୦୦ଜଣଙ୍କ ଜୀବନ ନେଇସାରିଲାଣି।

ଏଠାରେ ପ୍ରକାଶଯୋଗ୍ୟ କି, କରୋନାଭାଇରସ୍ ବିରୋଧରେ ସଫଳ ସଂଗ୍ରାମ ନିମନ୍ତେ ଆମେରିକାରେ ସାମାଜିକ ଦୂରତ୍ୱ ସହ ଅନ୍ୟାନ୍ୟ ସାମାଜିକ କଟକଣା ସବୁକୁ ଏପ୍ରିଲ୍ ୩୦ ଯାଏଁ ବୃଦ୍ଧି କରାଯାଇଛି ।