ତାଲିବାନ ଶିବିର ଉପରେ ଆମେରିକା ସମର୍ଥିତ ଆଫଗାନିସ୍ତାନ ବାୟୁସେନାର ଆକ୍ରମଣ, ୧୦୦ମୃତ

ନୂଆଦିଲ୍ଲୀ: ତାଲିବାନକୁ ଉଚିତ ଜବାବ ଦେବାରେ ଲାଗିଛି ଆଫଗାନିସ୍ତାନ। ପୂର୍ବରୁ ତାଲିବାନନ ଉପରେ ଆକ୍ରମଣ କରିଥିବା ଆମେରିକା ସମର୍ଥିତ ଆଫଗାନିସ୍ତାନ ଆଜି ପୁଣି ତାଲିବାନ ଉପରେ ଆକ୍ରମଣ କରିଛି। ଆମେରିକା ସମର୍ଥିତ ଆଫଗାନିସ୍ତାନ ବାୟୁସେନା ବିଭିନ୍ନ ପ୍ରଦେଶରେ ଥିବା ତାଲିବାନ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଥିବା ବେଳେ ଏଥିରେ ୧୦୦ରୁ ଅଧିକ ସଂଗ୍ରାମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଟୁଇଟ୍ କରି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ସୋମବାର ହେଲମଣ୍ଡ ଏବଂ କାନ୍ଦାହାର ପ୍ରଦେଶର ବିଭିନ୍ନ ସେକ୍ଟରରେ ଏୟାର ଷ୍ଟ୍ରାଇକ୍ କରାଯାଇଛି।

ଟୁଇଟରେ ଲେଖାଯାଇଛି ଯେ, ଗତକାଲି ରାତିରେ ଦଣ୍ଡ, ଝେରିଆ, ତଖତପୋଲ ଜିଲ୍ଲା ତଥା କାନ୍ଦାହାର ପ୍ରାଦେଶିକ କେନ୍ଦ୍ରର ଏଏନଡିଏସଏଫ ଅପରେସନକୁ ସମର୍ଥନ କରି ଆଫଗାନିସ୍ତାନ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ୪୭ତାଲିବାନ ଆତଙ୍କବାଦୀ ନିହତ  ଏବଂ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ଏଥିସହ ତାଲିବାନର ୨ଟି ଶିବିର, ଗୋଟେ ଗାଡ଼ି, ୨ଟି ଭାରୀ ଅସ୍ତ୍ର ନଷ୍ଟ ହୋଇଯାଇଛି।

At least 48 killed in Afghanistan bombs on deadliest day since peace deal's demise
The Irish Times

ହେଲମଣ୍ଡ ଉପକଣ୍ଠରେ ହୋଇଥିବା ଅନ୍ୟ ଏକ ଏୟାର ଷ୍ଟ୍ରାଇକରେ ଜରଗାଇ, ହାଜି ତୁରାନ ଏବଂ ଜାରକାଭି ନାମକ ତିନିଜଣ ବରିଷ୍ଠ କମାଣ୍ଡୋଙ୍କ ସମେତ ୧୦ଜଣ ତାଲିବାନ ସଂଗ୍ରାମୀ ନିହତ ହୋଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଟ୍ୱିଟରେ କହିଛି।

ଆମେରିକାର ବାୟୁସେନା ସହଯୋଗରେ ଆଫଗାନିସ୍ତାନ ସୈନ୍ୟମାନେ ତାଲିବାନ ବିରୋଧରେ କାର୍ଯ୍ୟ‌ାନୁଷ୍ଠାନ ଆରମ୍ଭ କରିଛନ୍ତି। ତାଲିବାନକୁ ହଟାଇବା ପାଇଁ ଆଫଗାନିସ୍ତାନ ଓ ଆମେରିକା ମିଳିତ ଭାବେ କାମ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର