ଟିକା ଅଭାବ ପଛରେ ଆମେରିକା ?

ପୁଣେ : ଦେଶରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବାବେଳେ କରୋନା ଟିକାର ଗୁରୁତର ଅଭାବ ଦେଖାଦେଇଛି । କେନ୍ଦ୍ର ସରକାର ରାଜ୍ୟମାନଙ୍କ ଚାହିଦା ଅନୁସାରେ ଟିକା ଯୋଗାଇପାରୁନାହାନ୍ତି । ଏହା ସ୍ଥିତିକୁ ଆହୁରି ଜଟିଳ କରିଛି । ଭାରତ ବିଶ୍ବର ବୃହତ୍ତମ ଟିକା ଉତ୍ପାଦନକାରୀ ଦେଶ ହୋଇଥିବାବେଳେ ଖୋଦ୍ ଭାରତରେ ଟିକା ଅଭାବ ପଡ଼ିବା ସାରା ବିଶ୍ବକୁ ଚିନ୍ତାରେ ପକାଇଦେଇଛି ।

ତେବେ ଟିକା ଅଭାବ ହେବାର କାରଣ କଣ ? ଟିକା ଅଭାବର ଏକ ବଡ଼ କାରଣ ହେଉଛି ଦୁଇଟି କମ୍ପାନି ଦ୍ବାରା ସୀମିତ ସଂଖ୍ୟକ କାରଖାନାରେ ଟିକା ଉତ୍ପାଦନ । ଏହି ଦୁଇଟି କମ୍ପାନି ହେଲେ ସେରମ୍ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ । ପୁଣି ଏହି ଦୁଇ କମ୍ପାନି ମଧ୍ୟ ଆଶାନୁରୂପ ଭାବେ ଉତ୍ପାଦନ ବଢାଇପାରୁ ନାହାନ୍ତି । ଏହାର ଏକ ମୁଖ୍ୟ କାରଣ ହେଲା ଆମେରିକା ପକ୍ଷରୁ ଟିକା ପ୍ରସ୍ତୁତିରେ ଲାଗୁଥିବା କଞ୍ଚାମାଲ ରପ୍ତାନି ଉପରେ କଟକଣା ଲଗାଯାଇଛି । ଏହା ଫଳରେ କମ୍ପାନିମାନେ କଞ୍ଚାମାଲ ଅଭାବର ସମ୍ମୁଖୀନ ହେଉଛନ୍ତି ।

କଞ୍ଚାମାଲ ରପ୍ତାନି ଉପରେ ଲାଗୁ କଟକଣାକୁ ପ୍ରତ୍ୟାହାର କରିନେବାକୁ ଭାରତ ପକ୍ଷରୁ ଆମେରିକାକୁ ଅନୁରୋଧ କରାଯାଇଛି । ସେହିପରି ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦର ପୁନାଓ୍ବାଲା ମଧ୍ୟ ଏହି କଟକଣା ଉଠାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଛନ୍ତି । ଏହି କଟକଣା ଉଠିଲେ ଟିକା ଉତ୍ପାଦନକୁ ବଢାଯାଇପାରିବ ବୋଲି ସେ ନିଜ ଟ୍ବିଟରେ ଲେଖିଛନ୍ତି ।

ସମ୍ବନ୍ଧିତ ଖବର