୨୪ ଚୀନ କମ୍ପାନିକୁ କଳାତାଲିକାଭୁକ୍ତ କଲା ଆମେରିକା

ଓ୍ଵାସିଂଟନ : ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିଚାଲିଛି । ଚୀନ ବିରୁଦ୍ଧରେ ଆଜି ଆମେରିକା କେତେକ କଟକଣା ଲଗାଇଛି । ଦକ୍ଷିଣ-ଚୀନ ସାଗରରେ ଅନ୍ତର୍ଜାତୀୟ ଜଳରାଶିରେ କ୍ରୁତ୍ରିମ ଦ୍ୱୀପ ନିର୍ମାଣ କରିଥିବା ୨୪ଟି ଚୀନ କମ୍ପାନିଙ୍କ ଉପରେ କଟକଣା ଲଗାଇଛନ୍ତି ଆମେରିକୀୟ ସରକାର ।

ଏସବୁ ୨୪ଟି କମ୍ପାନିଙ୍କ ମଧ୍ୟରେ ଅଛନ୍ତି ଚାଇନା କମ୍ୟୁନିକେସନ କନଷ୍ଟ୍ରକସନ ଓ ତାହାର କେତେକ ଶାଖା କମ୍ପାନି, କେତେକ ଟେଲିକମ କମ୍ପାନି, ଚାଇନା ସିପବିଲଡିଂ ଗ୍ରୁପ ଓ ତାହାର କେତେକ ଶାଖା କମ୍ପାନି । ଆମେରିକାର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଚୀନର ଏସବୁ କମ୍ପାନିମାନେ ଅନ୍ତର୍ଜାତୀୟ ଦଳରାଶିରେ କ୍ରୁତ୍ରିମ ଦ୍ୱୀପ ନିର୍ମାଣ କରି ତାହାକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି ।
ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପମ୍ପିଓ କହିଛନ୍ତି ଯେ ୨୦୧୩ରୁ ଚୀନ ଅନ୍ତର୍ଜାତୀୟ ଜଳସୀମାରେ ଆଧିପତ୍ୟ ବିସ୍ତାର କରୁଛି, ପଡ଼ୋଶୀ ଦେଶମାନଙ୍କ ଉପରେ ଚାପ ପକାଉଛି ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ କରି କାର୍ଯ୍ୟ କରୁଛି । କଟକଣା ଲାଗୁ ହେବା ପରେ ଏସବୁ କମ୍ପାନିମାନଙ୍କୁ କୌଣସି ଆମେରିକୀୟ ସାମଗ୍ରୀ ରପ୍ତାନି କରାଯାଇପାରିବ ନାହିଁ ।

ସମ୍ବନ୍ଧିତ ଖବର