ଆତଙ୍କବାଦ ବିରୋଧରେ କଡ଼ା ପଦକ୍ଷେପ ନେଉ ନ ଥିବାରୁ ପାକିସ୍ଥାନକୁ ସହାୟତା ବନ୍ଦ କଲା ଆମେରିକା

ଓ୍ଵାସିଂଟନ୍‌: ଆତଙ୍କବାଦୀଙ୍କ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଇସ୍‌ଲାମାବାଦବିଫଳ ହୋଇଥିବାରୁ କାରଣରୁ ପାକିସ୍ତାନକୁ ୩୦୦ ମିଲିୟନ୍‌ ଡଲାର ସହାୟତା ରାଶିକୁ ଖାରଜ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ସେନା କହିଛି।

ଏ ବର୍ଷ ପ୍ରାରମ୍ଭରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ‘କୋଆଲିସନ୍‌ ସପୋର୍ଟ ଫଣ୍ଡ୍‌’ ନାମରେ ପାକିସ୍ତାନକୁ ୩୦୦ ମିଲିୟନ୍‌ ଡଲାର୍‌ ସହାୟତା ବାତିଲ୍‌ କରାଯିବ ବୋଲି ଘୋଷଣା କରିଥିଲେ।

ପେଣ୍ଟାଗନ୍‌ ମୁଖପାତ୍ର ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ କୋନ୍‌ ଫଲ୍‌କ୍‌ନର୍‌ କହିଛନ୍ତି: ସାଉଥ୍‌ ଏସିଆ ଷ୍ଟ୍ରାଟେଜିକୁ ସମର୍ଥନ କରିବା ନିମନ୍ତେ ପାକିସ୍ତାନର ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଅଭାବରୁ ୩୦୦ ମିଲିୟନ୍‌ ଡଲାର୍‌କୁ ଭିନ୍ନ ବିନିଯୋଗ କରାଗଲା।

ପେଣ୍ଟାଗନ୍‌ର ଏ ଭଳି ନିଷ୍ପତ୍ତିରୁ ଜଣାପଡୁଛି ଯେ ପାକସ୍ତାନର ନିରାପତ୍ତା ବ୍ୟବସ୍ଥା ଉପରେ ତଥାପି ଆମେରିକା ଚାପ ପକାଉଛି।

ସମ୍ବନ୍ଧିତ ଖବର