ଆମେରିକା କ୍ୟାପିଟଲ ଦଙ୍ଗା: ଟ୍ରମ୍ପ୍‌ ହିଂସା ପାଇଁ ଉସୁକାଇଥିଲେ

ୱାସିଂଟନ୍‌ : ଗତବର୍ଷ ଆମେରିକାରେ ହୋଇଥିବା କ୍ୟାପିଟଲ ଦଙ୍ଗା ଘଟଣାର ତଦନ୍ତ କରୁଥିବା ଆମେରିକା ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ କମିଟି ଆଜି ପ୍ରଥମ ସାର୍ବଜନୀନ ଶୁଣାଣି କରିଛି। କମିଟି ପକ୍ଷରୁ ଏନେଇ ଏକ ନୂଆ ଭିଡିଓ ଜାରି ହୋଇଛି। କମିଟି କହିଛି କ୍ୟାପିଟଲ ଆକ୍ରମଣ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା ଏବଂ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କ୍ଷମତା ଦଖଲ ପାଇଁ ଏଭଳି ହିଂସା ଯୋଜନା କରିଥିଲେ। ଏହାଦ୍ବାରା ସାମ୍ବିଧାନିକ ଗଣତନ୍ତ୍ର ବିପଦରେ ରହିଥିଲା।

ଶୁଣାଣି ସମୟରେ କମିଟି କହିଛନ୍ତି, କ୍ୟାପିଟଲ ଦଙ୍ଗା ଏକ ଦୁର୍ଘଟଣା ନୁହେଁ। ନିର୍ବାଚନ ଜାଲିଆତି ନେଇ ଟ୍ରମ୍ପ୍‌ଙ୍କ ବାରମ୍ବାର ମିଛ ପାଇଁ ଏହି ଦଙ୍ଗା ଉପୁଜିଛି। ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶୃଙ୍ଖଳ ଜନତାଙ୍କୁ କ୍ୟାପିଟଲକୁ ଘେରାଉ କରି ରଖିବାକୁ କହିଥିଲେ। ଏହାଦ୍ବାରା ସାମ୍ବିଧାନିକ ସଙ୍କଟ ଉପୁଜିଥିଲା। ଉଲ୍ଲେଖଯୋଗ୍ୟ, ଆମେରିକା କ୍ୟାପିଟଲ ଦଙ୍ଗାରେ ୧୦୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଥିଲେ ଏବଂ ଏହି ଘଟଣା ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର