ଆମେରିକାରେ ସ୍ଥିତି ଅଣାୟତ୍ତ : ଗୋଟିଏ ଦିନରେ ୩୨ ହଜାର ନୂଆ ଆକ୍ରାନ୍ତ

ମୋଟ ସଂକ୍ରମିତ ସଂଖ୍ୟା ୭ ଲକ୍ଷ ଟପିଲା, ମୃତ୍ୟୁସଂଖ୍ୟା ୩୭୧୫୪

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୭୫ ହଜାରରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୬ ହଜାରରେ ପହଞ୍ଚିଛି । ତେବେ ବିଶ୍ୱରେ ଏପର୍ଯ୍ୟନ୍ତ ୫ ଲକ୍ଷ ୮୨ ହଜାର ଲୋକ ସୁସ୍ଥ ହେଲେଣି ।

ସମଗ୍ର ବିଶ୍ୱରେ ଏବେ କରୋନାର କେନ୍ଦ୍ର ସ୍ଥଳୀ ଆମେରିକା ରହିଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ଟପିଯାଇଛି । ଗତ ୨୪ ଘଣ୍ଟାରେ ଆମେରିକାରେ ୩୨ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୩୭୧୫୪ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ପ୍ରାୟ ଅଢେଇ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି ।

କରୋନା ଭାଇରସର ମୁକାବିଲା କରିବାକୁ ଆମେରିକାର ବିଭିନ୍ନ ରାଜ୍ୟ ସରକାର ଏବେ ନିଜ ରାଜ୍ୟରେ କଠୋର ଲକଡାଉନ ନିୟମ ଲାଗୁକରିଛନ୍ତି । ତେବେ ଏହା ବିରୁଦ୍ଧରେ ସାଧାରଣ ଲୋକେ ବିରୋଧ କରିବା ଆରମ୍ଭ କଲେଣି । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର ଅର୍ଥନୀତିକୁ ଧୀରେ ଧୀରେ ଖୋଲିବାକୁ ସଂକେତ ଦେଇଛନ୍ତି । ୟୁରୋପୀୟ ଦେଶ ସ୍ପେନରେ ମୋଟ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ନିଟକବର୍ତ୍ତି ହୋଇଛି ଓ ମୃତ୍ୟୁସଂଖ୍ୟା ୨୦ ହଜାର ଟପିଯାଇଛି । ସେହିପରି ଇଟାଲୀରେ ମୃତ୍ୟୁସଂଖ୍ୟା ୨୨ ହଜାର ଛୁଇଁଛି ।

ସମ୍ବନ୍ଧିତ ଖବର