ନୂତନ ଶୀତଳ ଯୁଦ୍ଧର ନିକଟତର ହେଉଛନ୍ତି ଆମେରିକା ଓ ଚୀନ୍: ଚୀନ୍ ବୈଦେଶିକ ମନ୍ତ୍ରୀ

ବେଜିଙ୍ଗ୍: ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍ ସହ ଥିବା ତା’ର ସମସ୍ତ ସମ୍ପର୍କକୁ ନୂତନ ଶୀତଳ ଯୁଦ୍ଧ ଆଡ଼କୁ ଠେଲି ନେଉଛି ବୋଲି କରୋନାଭାଇରସ୍, ହଙ୍ଗ୍ କଙ୍ଗ୍ ସ୍ଥିତି ଏବଂ ଅନ୍ୟାନ୍ୟ ସଙ୍କଟ ମଧ୍ୟରେ ରବିବାର ଦିନ ଚୀନ୍‌ର ବୈଦେଶିକ ମନ୍ତ୍ରୀ କହିଛନ୍ତି।

ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ସାମ୍ବାଦିକମାନଙ୍କୁ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାର କେତେକ ରାଜନୈତିକ ବଳ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍‌ର ସମ୍ପର୍କକୁ ମୁଣ୍ଡଜାମିନ କରି ଦୁଇ ଦେଶକୁ ନୂଆ ଶୀତଳ ଯୁଦ୍ଧ ଆଡ଼କୁ ଠେଲି ନେଉଥିବା କଥା ଆମ ଦୃଷ୍ଟିକୁ ଆସିଛି।

କୋଭିଡ୍-୧୯ ବ୍ୟାପିବା ଠାରୁ ଦୁଇ ଶକ୍ତିଙ୍କ ମଧ୍ୟରେ ବାଣିଜ୍ୟ, ମାନବିକ ଅଧିକାର ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ଦୀର୍ଘଦିନରୁ ଦ୍ବନ୍ଦ୍ବ ଚରମ ସୀମାରେ ପହଞ୍ଚିଛି।

Image Courtesy of New Indian Express

କେଉଁ ରାଜନୈତିକ ବଳ କଥା କହୁଛନ୍ତି ସେ କଥା ୱାଙ୍ଗ୍ ଉଲ୍ଲେଖ କରି ନ ଥିଲେ ମଧ୍ୟ ତାହା ରାଷ୍ଟ୍ରପତି ଟ୍ରମ୍ପ୍ ଆଡ଼କୁ ଇଙ୍ଗିତ କରୁଥିବା ପରି ମନେହେଉଛି। ‌କାରଣ କରୋନାଭାଇରସ୍ ସମ୍ପର୍କରେ ପ୍ରଥମରୁ ସୂଚନା ଦେଇ ନ ଥିବାରୁ ଚୀନ୍‌କୁ ବିଶ୍ବ କରୁଥିବା ସମାଲୋଚନାର ନେତୃତ୍ବ ନେଇଛନ୍ତି ଟ୍ରମ୍ପ୍।

ୱାଙ୍ଗ୍ ଆହୁରି କହିଛନ୍ତି ଯେ ଅଭିନବ କରୋନାଭାଇରସ୍‌ଜନିତ ବିପତ୍ତି ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା ମାଧ୍ୟମରେ ବି ଏକ ରାଜନୈତିକ ଭୂତାଣୁ ବିସ୍ତାର ଲାଭ କରୁଛି। ଏହି ରାଜନୈତିକ ଭୂତାଣୁ ହେଉଛି ଚୀନ୍‌କୁ ଆକ୍ରମଣ କରି ନିନ୍ଦିତ କରିବାର ସବୁ ସୁଯୋଗ ବ୍ୟବହାର କରିବା। କେତେକ ରାଜନେତା ବାସ୍ତବ କଥାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ଚୀନ୍ ବିରୋଧରେ ଅନେକ ମିଛ କଥା ଫାନ୍ଦିଛନ୍ତି ଓ ଅନେକ ଷଡ଼ଯନ୍ତ୍ର ରଚିଛନ୍ତି।

ସମ୍ବନ୍ଧିତ ଖବର