ଅନଲାଇନ୍ ବାଇବେଲ ଅଧ୍ୟୟନ ସମୟରେ ପର୍ଣ୍ଣ ଭିଡ଼ିଓ ଚାଲିବାରୁ ଜୁମ୍ ଆପ ବିରୋଧରେ ମକଦ୍ଦମା ଦାୟର କଲା ଚର୍ଚ୍ଚ

ନୂଆଦିଲ୍ଲୀ: କାଲିଫର୍ନିଆର ଏକ ଚର୍ଚ୍ଚ ଭିଡିଓ ଚାଟ୍ କମ୍ପାନୀ ‘ଜୁମ୍’ ଉପରେ ମକଦ୍ଦମା ଦାୟର କରିଛି | ଅନଲାଇନ୍ ବାଇବେଲ ଅଧ୍ୟୟନ ସମୟରେ ଜଣେ ହ୍ୟାକର୍ ପର୍ଣ୍ଣ ଚଳାଇଦେବା ପରେ ଚର୍ଚ୍ଚ ଭିଡିଓ ଚାଟ୍ କମ୍ପାନୀ ‘ଜୁମ୍’ ଉପରେ ମକଦ୍ଦମା ଦାୟର କରିଥିବା ଜଣା ପଡିଛି। ସିଏନ୍ଏନ୍ ଅନୁଯାୟୀ, ସାନ ଫ୍ରାନ୍ସିସ୍କୋର ଅନ୍ୟତମ ପୁରାତନ ଚର୍ଚ୍ଚ ମଧ୍ୟରୁ ସେଣ୍ଟ୍ ପାଉଲସ୍ ଲୁଥେରାନ୍ ଚର୍ଚ୍ଚ ମେ ୬ରେ ଏକ ବାଇବେଲ ଅଧ୍ୟୟନ ଆୟୋଜନ କରିଥିଲା | ଏହି ସମୟରେ ଅଂଶଗ୍ରହଣକାରୀଙ୍କ ପାଇଁ କଣ୍ଟ୍ରୋଲ୍ ବଟନ୍ ଅକ୍ଷମ କରିବା ସହ ଭିଡିଓ କନଫରେନ୍ସ କଲରେ ଜଣେ ହ୍ୟାକର୍ ଅବାଞ୍ଛିତ ଅନୁପ୍ରବେଶ ​​କରି ପର୍ଣ୍ଣ ଭିଡ଼ିଓ ଚଳାଇଥିଲେ |

“ଯୌନସମ୍ପର୍କ ରଖିବା ଏବଂ ଶିଶୁଙ୍କ ଉପରେ ଯୌନ ଶୋଷଣ କରିବା ସହିତ ସେମାନଙ୍କୁ ଶାରୀରିକ ନିର୍ଯାତନା ଦେବା ଭଳି ଭିଡ଼ିଓ ହ୍ୟାକର୍ ଅଧ୍ୟୟନ ସମୟରେ ଚଳାଇଥିଲେ | ଏଭଳି ଘଟଣା ପରେ ଜୁମ୍ ଉପରେ ମକଦ୍ଦମା ଦାୟର କରିଛି ସେଣ୍ଟ୍ ପଲସ୍ ଲୁଥେରାନ୍ ଚର୍ଚ୍ଚ | ଦାୟର କରାଯାଇଥିବା ଏହି ମକଦ୍ଦମାରେ ଆହୁରି ମଧ୍ୟ କୁହାଯାଇଛି ଯେ, ଜୁମ୍ ହ୍ୟାକରକୁ ଜଣେ ଜଣାଶୁଣା ଅପରାଧୀ ଭାବେ ସ୍ୱୀକାର କରିଛି ଯାହା ବିରୋଧରେ ଅଧିକାରୀଙ୍କ ନିକଟରେ ଏକାଧିକ ଥର ରିପୋର୍ଟ କରାଯାଇଛି। ସବୁ ପରେ ବି ଜୁମ୍ ଏହି ଅଭିଯୋଗକୁ ଗୁରୁତର ସହ ନେବାକୁ ମନା କରିବା ପରେ ହିଁ ଚର୍ଚ୍ଚ ଏହି ମକଦ୍ଦମା ଦାୟର କରିଛି ବୋଲି ଚର୍ଚ୍ଚର ଓକିଲ ମାର୍କ ମଲମ୍ଫି ସିଏନ୍ଏନକୁ କହିଛନ୍ତି।

How to Use Zoom Meeting App on Your Computer | Technology News
NDTV Gadgets 360

ସୂଚନା ମୁତାବକ, ନିକଟ ଅତୀତରେ କରୋନାଭାଇରସ୍ ଲକ୍ଡାଉନ୍ ସହିତ ଲକ୍ଷ ଲକ୍ଷ ଲୋକ ଘର ଭିତରେ ରହିବା ସହ ଘରୁ କାମ କରିବା ପାଇଁ ଜୁମ୍ ଆପର ବ୍ୟବହାର କରିଥିଲେ | ଯାହା ପରେ ଏହି ଆପର ଲୋକପ୍ରିୟତା ବୃଦ୍ଧି ପାଇଥିଲା | କିନ୍ତୁ ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା | ଏମିତିକି ଭାରତ ସରକାର ଏହି ଆପକୁ ସତର୍କତାର ସହ ବ୍ୟବହାର କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ |

ସମ୍ବନ୍ଧିତ ଖବର