ଉହାନରେ କରୋନାଭାଇରସ୍‌ ଆକ୍ରାନ୍ତ ଆମେରିକୀୟ ନାଗରିକ ମୃତ

ବେଜିଙ୍ଗ୍‌: କରୋନାଭାଇରସ୍‌ର କେନ୍ଦ୍ରସ୍ଥଳୀ ଚୀନ୍‌ର ଉହାନ୍‌ରେ ଜଣେ ଆମେରିକୀୟ ନାଗରିକ ଏହି ମହାମାରୀରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କଥା ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ କହିଛି। ଚୀନ୍‌ରେ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇ କୌଣସି ବିଦେଶୀ ନାଗରିକ ମୃତ୍ୟୁବରଣ କରିବାରେ ଏହା ସମ୍ଭବତଃ ପ୍ରଥମ ଘଟଣା।

କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ସେ ୬୦ ବର୍ଷିୟ ଆମେରିକୀୟ ନାଗରିକ ଉହାନର ଜିନ୍‌ୟିନ୍ତାନ୍‌ ଡାକ୍ତରଖାନାରେ ଫେବ୍ରୁଆରି ୬ ତାରିଖ ଦିନ ମୃତ୍ୟୁ ବରଣ କରିଛନ୍ତି ବୋଲି ବେଜିଙ୍ଗ୍‌ ଠାରେ ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସର ଜଣେ ମୁଖପାତ୍ର କହିଛନ୍ତି।

Image Courtesy of Daily Mail

ସାମ୍ବାଦିକଙ୍କୁ ମୁଖପାତ୍ରଜଣକ କହିଛନ୍ତି: ବିୟୋଗାନ୍ତ ଘଟଣାରେ ସେ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଆମେ ନିଷ୍ଠାର ସହ ଶୋକ ଜଣାଉଛୁ। ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଜଣାଇ ଆମେ ଏ ବିଷୟରେ ଅଧିକ କିଛି କହିବୁ ନାହିଁ।

ସମ୍ପୃକ୍ତ ବ୍ୟକ୍ତିଜଣକ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିଲା। କିନ୍ତୁ ରୋଗ ନିଦାନ କରିବାରେ ଅସୁବିଧା ହେବାରୁ ମୃତ୍ୟୁର କାରଣ ଭୂତାଣୁଜନିତ ନିମୋନିଆ ବୋଲି ଚୀନ୍‌ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦର୍ଶାଇଛି।

ଶନିବାର ସୁଦ୍ଧା ସମଗ୍ର ଚୀନ୍‌ରେ କରୋନାଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା ୭୨୨ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର