ତାଲିବାନ ଉପରେ ପୁଣି ବିମାନ ଆକ୍ରମଣ ଆରମ୍ଭ କଲା ଆମେରିକା

କାବୁଲ : ଆଫଗାନିସ୍ଥାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଗତ ଶନିବାରଦିନ ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ମାତ୍ର ୪ ଦିନରେ ଅର୍ଥହୀନ ହୋଇଯାଇଛି । କାରଣ ଏହି ଚୁକ୍ତିରେ ସାମିଲ ଥିବା ତିନିପକ୍ଷ ଆମେରିକା, ତାଲିବାନ ଓ ଆଫଗାନ ସରକାର ଏହାକୁୁ ଉଲ୍ଲଙ୍ଘନ କରିବା ଆରମ୍ଭ କରିଦେଇଛନ୍ତି ।
ପ୍ରଥମେ ଆଫଗାନ ସରକାର କହିଲେ ଯେ ତାଲିବାନ ବନ୍ଦୀମାନଙ୍କୁ ଛାଡ଼ିବା ସମ୍ଭବ ନୁହେଁ । ତାପରେ ତାଲିବାନ କହିଲା ଯେ ଆଫଗାନ ସେନା ଉପରେ ଆକ୍ରମଣ ଜାରି ରହିବ । ନିଜର ଏହି କଥାକୁ ପ୍ରମାଣିତ କରି ମଧ୍ୟ ଦେଖାଇଲା । ତାଲିବାନ ଚୁକ୍ତିକୁ ଉଲ୍ଲଙ୍ଘନ କରିବା ପରେ ଆମେରିକା ମଧ୍ୟ ଆଜି ତାଲିବାନର କେତେକ ଶିବିର ଉପରେ ବିମାନ ଆକ୍ରମଣ କରିଛି । ଆଫଗାନିସ୍ତାନର ହେଲମଣ୍ଡ ଜିଲ୍ଲାରେ ବୁଧବାରଦିନ ଏହି ଆକ୍ରମଣ ହୋଇଛି । ଶାନ୍ତିଚୁକ୍ତି ପାଇଁ କଥାବାର୍ତ୍ତା ଚାଲିଥିବାରୁ ଗତ ୧୧ ଦିନ ହେଲା ଆମେରିକା ତାଲିବାନ ଉପରେ ଆକ୍ରମଣ କରିନଥିଲା । କିନ୍ତୁ ତାଲିବାନ ଆଫଗାନ ସେନା ଉପରେ ଆକ୍ରମଣ ଆରମ୍ଭ କରିବା ପରେ ଆମେରିକା ତାହାର ଜବାବ ଦେଇଛି ।

ଗତ ସୋମବାରଦିନ ଏକ ଫୁଟବଲ ମ୍ୟାଚ ଚାଲିଥିବାବେଳେ ୩ ଜଣଙ୍କୁ ହତ୍ୟା କରିଥିଲା, ଏହି ଘଟଣାରେ କିଛି ଲୋକ ଆହତ ମଧ୍ୟ ହୋଇଥିଲେ । ଆଗାମୀ ଦିନରେ ଆଫଗାନିସ୍ତାନ ସୈନମାନଙ୍କ ଉପରେ ଆକ୍ରମଣ ଜାରି ରହିବ ବୋଲି ତାଲିବାନ କହିଛି ।

ସମ୍ବନ୍ଧିତ ଖବର