ଟ୍ରମ୍ପ ସମର୍ଥକମାନେ କ୍ୟାପିଟଲ ଉପରେ ଆକ୍ରମଣ କରିବାର କିଛି ଘଣ୍ଟା ପରେ ବାଇଡେନଙ୍କ ବିଜୟ ଘୋଷଣା କଲା ଆମେରିକା କଂଗ୍ରେସ

ଓ୍ଵାସିଂଟନ୍‌: ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ପରାଜୟ କାରଣରୁ ଉତ୍ତ୍ୟକ୍ତ ହୋଇ ତାଙ୍କର ସମର୍ଥକମାନେ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସଂସଦ ଭବନ କ୍ୟାପିଟଲ୍‌ ମଧ୍ୟକୁ ପ୍ରବେଶ କରି ପୁଲିସ ସହ ସଂଘର୍ଷ କରିବା ଆରମ୍ଭ କରିଥିଲେ। ଏହି ସଂଘର୍ଷରେ ଏ ପର୍ଯ୍ୟନ୍ତ ୪ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆମେରିକା କଂଗ୍ରେସ ଏକ ବଡ଼ ଘୋଷଣା କରିଛି। ସଂଘର୍ଷ ପରେ ଆମେରିକା କଂଗ୍ରେସ ଗୁରୁବାର ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନଙ୍କ ସପକ୍ଷରେ ୩୦୬ ଇଲେକ୍ଟୋରାଲ କଲେଜ ଭୋଟ୍ ଥିବା ସ୍ପଷ୍ଟ କରିଛି। ଏହା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟକୁ ସୁନିଶ୍ଚିତ କରିଛି। ଏଥିସହ କଂଗ୍ରେସ ଆଶା ପ୍ରକାଶ କରିଛି କି କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଶୃଙ୍ଖଳିତ ହେବା ଆବଶ୍ୟକ।

ଉପରାଷ୍ଟ୍ରପତି ମାଇକ ପେନ୍ସ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ, ଆମେରିକା କଂଗ୍ରେସ ଇଲେକ୍ଟୋରାଲ କଲେଜ ଭୋଟର ଫଳାଫଳ ମିଳିସାରିଛି, ଯେଉଁଥିରୁ ଜୋ ବାଇଡେନଙ୍କୁ ଅଧିକ ଭୋଟ ମିଳିଥିବା ସ୍ପଷ୍ଟ ହୋଇଛି। ଆମେରିକା କଂଗ୍ରେସର ଏହି ଘୋଷଣା ପରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ଜାନୁଆରି ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ।

Image Courtesy of Zee News

ସୂଚନା ମୁତାବକ, ଜୋ ବାଇଡେନଙ୍କ ଇଲେକ୍ଟୋରାଲ କଲେଜ ଭୋଟ୍ ବିଷୟରେ ଘୋଷଣା କରିବାକୁ ଆମେରିକା କଂଗ୍ରେସ ଏକତ୍ରିତ ହେବା ପରେ ହଜାର ହଜାର ସଂଖ୍ୟାରେ ଟ୍ରମ୍ପ ସମର୍ଥକ ଆମେରିକାର ସଂସଦ ଭବନ କ୍ୟାପିଟାଲକୁ ଯାଇ ରିପବ୍ଲିକାନ ପତାକା ଉତ୍ତୋଳନ କରିବା ସହ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତିନି ଘଣ୍ଟାରୁ ଅଧିକ ସମୟ ଧରି ଦଙ୍ଗା ଚାଲିବା ପରେ କଂଗ୍ରେସ ବାଇଡେନଙ୍କ ଇଲେକ୍ଟୋରାଲ କଲେଜ ବିଜୟ ପ୍ରମାଣପତ୍ର ଦେବା କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଅନେକ ଘଣ୍ଟା ଧରି ବିତର୍କ ଚାଲିଥିଲା। ବିତର୍କ ପରେ ହାଉସ ଏବଂ ସିନେଟ ବାଇଡେନ ୩୦୬ଭୋଟ୍ ଏବଂ ଟ୍ରମ୍ପ ୨୩୨ଭୋଟ୍ ପାଇଥିବା ନେଇ ଚୂଡ଼ାନ୍ତ ଇଲେକ୍ଟୋରାଲ କଲେଜ ଭୋଟ୍ ପ୍ରମାଣପତ୍ର ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର