ୱାଶିଂଟନ୍: କୋଭିଡ-୧୯ରେ ପ୍ରାୟ ୭୦ବର୍ଷ ବୟସ୍କ ଆମେରିକୀୟ ବ୍ୟକ୍ତିଙ୍କୁ ମିଳିଥିବା ଡାକ୍ତରଖାନା ବିଲକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି | କରୋନା ମୁକ୍ତ ହେବା ପରେ ବୃଦ୍ଧଙ୍କୁ ୧.୧ ମିଲିୟନ ଡଲାର ବିଲ ଧରାଇଥିଲା ଡାକ୍ତରଖାନା | ହାତରେ ଏତେ ଟଙ୍କାର ବିଲ ଦେଖି ଆଶ୍ଚର୍ଯ୍ୟ ହୋଯାଇଥିଲେ ବୃଦ୍ଧ |
ମିଳିଥିବା ସୂଚନା ମୁତବ, ମାର୍ଚ୍ଚ ୪ରେ ବୃଦ୍ଧ ମାଇକେଲ ଫ୍ଲୋର କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ୬୨ଦିନ ରହିଥିଲେ | ଚିକିତ୍ସା ସମୟରେ ତାଙ୍କ ଅବସ୍ଥା ଏତେ ଗୁରୁତର ହୋଇଯାଇଥିଲା ଯେ, ତାଙ୍କ ପରିବାର ଲୋକେ ଫୋନ ଯୋଗେ ତାଙ୍କୁ ଶେଷ ବିଦାୟ ମଧ୍ୟ ଦେଇସାରିଥିଲେ | କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ସେ ସୁସ୍ଥ ହୋଇ ମେ ୫ରେ ଡିସଚାର୍ଜ ହୋଇଥିଲେ | ତେବେ ଡିସଚାର୍ଜ ସମୟରେ ତାଙ୍କୁ ମିଳିଥିବା ବିଲ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |
/sambad/media/post_attachments/591d34fc4adfaed342de851a0f11a20360e75786a63a874f46c2360c4a16ee47.jpg)
ବିଲରେ ଇଣ୍ଟେନ୍ସିଭ୍ କେୟାର ରୁମ୍ ପାଇଁ ଦୈନିକ ୯,୭୩୬ ଡଲାର୍, ୪୨ଦିନ ପାଇଁ ଷ୍ଟେରାଇଲ୍ ରୁମ ରୂପାନ୍ତର ପାଇଁ ପ୍ରାୟ ୪୦୯,୦୦୦ ଡଲାର୍, ୨୯ଦିନ ଭେଣ୍ଟିଲେଟର ବ୍ୟବହାର ପାଇଁ ୮୨,୦୦୦ ଡଲାର୍ ଏବଂ ଯେଉଁ ଦୁଇ ଦିନ ସେ ମୃତ୍ୟୁର ନିକଟତର ହୋଇଥିଲେ, ସେହି ଦୁଇ ଦିନ ପାଇଁ ପ୍ରାୟ ୧୦୦,୦୦୦ ଡଲାର୍ ନେଇଥିଲା ଡାକ୍ତରଖାନା | ତେବେ ଏହା କିଛି ନୂଆ କଥା ନୁହେଁ, ବଡ ବଡ ସହରରେ ଥିବା ଡାକ୍ତରଖାନା ଏଭଳି ରୋଗୀଙ୍କୁ ଲୁଟୁଥିବାର ଦୃଶ୍ୟ ଅନେକ ଦେଖିବାକୁ ମିଳିଛି | କିଛି ଦିନ ତଳେ ଦିଲ୍ଲୀର ମାକ୍ସ ହସ୍ପିଟାଲ ନେଉଥିବା ଟଙ୍କାର ବିବରଣୀ ସାମ୍ନାକୁ ଆସିଥିଲା | ଚିକିତ୍ସା ପାଇଁ ଚଢା ଦରରେ ରୋଗୀଙ୍କୁ ସୁବିଧା ଉପଲବ୍ଧ କରୁଥିବା ଖବରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା |