ଭାରତର ଆଣ୍ଟି-ସାଟେଲାଇଟ୍‌ ମିସାଇଲ୍‌ ପରୀକ୍ଷା ଉପରେ ଆମେରିକା ଗୁପ୍ତରେ ଦୃଷ୍ଟି ରଖି ନ ଥିଲା: ପେଣ୍ଟାଗନ୍‌

ଓ୍ଵାସିଂଟନ୍‌: ଭାରତର ଆଣ୍ଟି-ସାଟେଲାଇଟ୍‌ ମିସାଇଲ୍‌ ପରୀକ୍ଷା (ଏଏସ୍‌ଏଟି) ଉପରେ ଆମେରିକା ଗୁପ୍ତରେ ଦୃଷ୍ଟି ରଖିଥିବା ଖବରକୁ ପେଣ୍ଟାଗନ୍‌ ଦୃଢ଼ ଭାବେ ଅସ୍ୱୀକାର କରିଛି। ‘ଏଏସ୍‌ଟି’ ପରୀକ୍ଷା ଉପରେ ଦୃଷ୍ଟି ରଖିବାକୁ ଆମେରିକା ଭାରତ ମହାସାଗର ଅନ୍ତର୍ଗତ ତା’ର ଡାଏଗୋ ଗ୍ରେସିଆ ବେସ୍‌ରୁ ଗୁପ୍ତଚର ବିମାନ ପଠାଇଥିଲା ବୋଲି ଖବର ପ୍ରକାଶ ପାଇଥିଲା।

କିନ୍ତୁ, ଭାରତର ପ୍ରଥମ ଆଣ୍ଟି-ସାଟେଲାଇଟ୍‌ ମିସାଇଲ୍‌ ପରୀକ୍ଷା ବିଷୟରେ ଯୁକ୍ତରାଷ୍ଟ୍ର ଆମେରିକା ଜାଣିଥିଲା ବୋଲି ପେଣ୍ଟାଗନ୍‌ କହିଛି।
ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ମୁଖପାତ୍ର ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ଡେଭିଡ୍‌ ଡବ୍ଲୁ ଇଷ୍ଟବର୍ଣ୍ଣ କହିଛନ୍ତି: ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ଜିନିଷ ଭାରତ ଉପରେ ଗୁପ୍ତ ଦୃଷ୍ଟି ରଖୁ ନ ଥିଲା। କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକା ଭାରତ ସହ ନିଜର ସହଯୋଗିତା ସଂପ୍ରସାରଣ କରି ଚାଲିଥିବାରୁ ତା’ର ସୂଚନା-ପ୍ରସାରଣ ଓ ଆର୍ଥିକ ଚୁକ୍ତି ବୃଦ୍ଧି ପାଇଛି।

ସାମରିକ ବିମାନର ଚଳାଚଳ ଓ ଗତିବିଧି ଉପରେ ଦୃଷ୍ଟି ରଖୁଥିବା ସଂସ୍ଥା ‘ଏୟାର୍‌କ୍ରାଫ୍ଟ୍‌ ସ୍ପଟ୍‌ସ୍‌’ କହିଥିଲା କି, ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାର ଗୁପ୍ତଚର ବିମାନ ଏହି ପରୀକ୍ଷଣ ଉପରେ ଦୃଷ୍ଟି ରଖିଥିଲା।

ହାର୍ଭାର୍ଡ-ସ୍ମିଥ୍‌ସୋନିଆନ୍‌ ସେଣ୍ଟର୍‌ ଫର୍‌ ଆଷ୍ଟ୍ରୋଫିଜିକ୍ସ୍‍ର ଜ୍ୟୋତିର୍ବିଜ୍ଞାନୀ ଜନାଥନ୍‌ ମ୍ୟାକ୍‌ଡୋେଓ୍ଵଲ୍‌ କହନ୍ତି: ସମସ୍ତେ ସେମାନଙ୍କ ବନ୍ଧୁ ଓ ଶତ୍ରୁର ଗତିବିଧି ଉପରେ ଗୁପ୍ତ-ଦୃଷ୍ଟି ରଖି ଥାଆନ୍ତି। ଏଇଭଳି ଏବେ ଦୁନିଆ ଚାଲିଛି। ଯୁକ୍ତରାଷ୍ଟ୍ର ଆମେରିକା ଏହି ଉତ୍‌କ୍ଷେପଣ ଲକ୍ଷ୍ୟ ନ କରିବା ଏବଂ ପରୀକ୍ଷା ଲାଗି ପ୍ରସ୍ତୁତି ବିଷୟରେ ଜାଣିଥିବା କଥା ବିସ୍ମୟକର ନିଶ୍ଚୟ। ତେଣୁ ଏ କଥା ସେମାନେ ପୂର୍ବରୁ ଜାଣିଥିଲେ ବୋଲି ମନେହୁଏ।

କିନ୍ତୁ ପେଣ୍ଟାଗନ ଏହାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛି। ଭାରତ ଓ ଆମେରିକାର ସମ୍ପର୍କ ଏତେ ସୁଦୃଢ଼ ଯେ ସୀମା ଉଲ୍ଲଂଘନ କରିବାର କଥା ଉଠୁନାହିଁ ବୋଲି ଇଷ୍ଟ୍‍ବର୍ଣ୍ଣ କହିଛନ୍ତି।

ସମ୍ବନ୍ଧିତ ଖବର