ଲସ ଆଞ୍ଜେଲସ : ମୁସଲମାନଭାବି ଲୋକମାନଙ୍କ ଉପରେ ଟ୍ରକ ଚଢାଇଦେଲା ଆମେରିକୀୟ ଡ୍ରାଇଭର, ୮ ଆହତ

ଲସ ଆଞ୍ଜେଲସ : ଶ୍ରୀଲଙ୍କାରେ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନଙ୍କ ଉପରେ ଆଇଏସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ବିଶ୍ୱରେ ମୁସଲିମ ମାନଙ୍କ ପ୍ରତି ବିଦ୍ୱେଷ ବଢିଚାଲିଛି । ଆତଙ୍କବାଦକୁ ନେଇ ମୁସଲିମ ସମାଜ ଉପରେ ଖ୍ରୀଷ୍ଟିଆନ ମାନଙ୍କ କ୍ରୋଧ ବଢିଚାଲିଛି । ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ମୁସଲିମମାନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ଶ୍ରୀଲଙ୍କାରେ ଆଇଏସ ପକ୍ଷରୁ ନିଆଯାଇଛି ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଆକ୍ରମଣ ପରେ ସମଗ୍ର ଖ୍ରୀଷ୍ଟିଆନ ଜଗତରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଆଜି ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଲସଆଞ୍ଜେଲସରେ ଏକ ଇସାୟା ପିପୁଲ୍ସ ନାମକ ଏକ ଟ୍ରକ ଡ୍ରାଇଭର ଏକ ଭୀଡ ଉପରେ ଟ୍ରକ ଚଳାଇଦେବାରୁ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମୁସଲିମ ଭାବି ଟ୍ରକ ଚଳାଇଦେଇଥିଲି ବୋଲି ଉକ୍ତ ବ୍ୟକ୍ତି ସ୍ୱୀକାର କରିଛି । ଜାଣିଶୁଣି ସେମାନଙ୍କ ଉପରେ ଟ୍ରକ ଚଳାଇଦେଇଥିଲା ବୋଲି ସେ ପୁଲିସ ନିକଟରେ କହିଛି । ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର