ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୦: ଟ୍ରମ୍ପ୍‌ଙ୍କ ତୁଳନାରେ ବାଇଡେନ୍ ଆଗୁଆ, ବଢୁଛି ବିଜୟ ସମ୍ଭାବନା

ନ୍ୟୁୟର୍କ: ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଓ ପ୍ରାକ୍ତନ ଉପରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ହ୍ବାଇଟ୍‌ହାଉସ ଦଖଲ ଭାଗ୍ୟ ଏବେ ଭୋଟବାକ୍ସ ଭିତରେ ବନ୍ଦ ରହିଛି। ଜାତୀୟସ୍ତରୀୟ ଏବଂ ରାଜ୍ୟସ୍ତରୀୟ ଯାବତୀୟ ଜନମତ ସର୍ଭେରେ ବାଇଡେନ୍‌ ଅଗ୍ରଣୀ ରହିବା ସହ ତାଙ୍କ ବିଜୟ ସମ୍ଭାବନା ଅଧିକ ରହିଛି। ଇ‌ଲେକ୍ଟୋରାଲ୍‌ ଭୋଟ୍‌ରେ ବାଇଡେନ୍‌ ଆଗୁଆ ରହିଥିବା ସୂଚନା ମିଳିିଛି।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୨୦ ପାଇଁ ରିପବ୍ଲିକାନ୍ ଦଳର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଚାହୁଁଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ୍ ଦଳର ଜୋ ବାଇଡେନ୍‌ ଆମେରିକାର ୪୫ ତମ ରାଷ୍ଟ୍ରପତିଙ୍କୁ କଡ଼ା ଟକ୍କର ଦେଇଛନ୍ତି। ବ‌ାଇଡେନ୍‌ ଏବେ ସୁଦ୍ଧା ୧୩୧ ଆସନ ଜିତି ସାରିଥିବା ବେଳେ ଟ୍ରମ୍ପ୍‌ ମାତ୍ର ୯୨ଟି ଆସନ ହାତେଇବାରେ ସଫଳ ହୋଇଛନ୍ତି।

Times of India

କରୋନା ମହାମାରୀ ସମୟରେ ବି ଭୋଟ୍‌ ବସ୍କରେ ୧୦୦ ମିଲିୟନ୍‌ରୁ ଅଧିକ ବାଲାଟ ଦାଖଲ ହେବା ଘଟଣା ଏକ ଇତିହାସ ରଚିଛି। ଏବେ ସୁଦ୍ଧା ନ୍ୟୁୟର୍କ ସମେତ ୨୯ଟି ରାଜ୍ୟ ଜିତି ସାରିଲେଣି ବାଇଡେନ୍‌। ସେହିପରି ଓକାଲୋହୋମା, ଟେନେସି, ମିସିସିପି ଏବଂ ଆଲାବାମା ଆଦି ରାଜ୍ୟକୁ ହାତେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଜୋ ବାଇଡେନ୍‌ ତାଙ୍କ ନିଜ ରାଜ୍ୟ ସହିତ ସେ ରେହଡେ ଆଇସ୍‌ଲାଣ୍ଡ୍‌, ନ୍ୟୁ ଜର୍ସି, ମାସାଚୁସେଟ୍ସ, ମେରିଲ୍ୟାଣ୍ଡ, ଇଲିନୋଇସ୍, ଡେଲାୱେର୍ ଏବଂ କନେକ୍ଟିକ ଜିତି ସାରିଛନ୍ତି।

ଆମେରିକା ନିର୍ବାଚନ ପ୍ରକ୍ରିୟାରେ ଭୋଟ ଗଣତି ପୂର୍ବରୁ ଭୋଟରମାନଙ୍କ ସ୍ବାକ୍ଷର ଯାଞ୍ଚ, କାଗଜାତଗୁଡ଼ିକର ସତ୍ୟତା ଅନୁଧ୍ୟାନ ଏବଂ ଏପରିକି ବାଲଟପେପରଗୁଡ଼ିକର ମଧ୍ୟ ସ୍କାନିଂ କରାଯାଇଥାଏ। ସେହିପରି ପ୍ରତ୍ୟକ୍ଷ ମତଦାନ ଓ ଡାକ ମାଧ୍ୟମରେ ମତଦାନ ସମେତ ବାଲଟପେପର ସଂଗ୍ରହ ଓ ଗଣତି ପାଇଁ ପ୍ରତ୍ୟେକ ରାଜ୍ୟ ନିଜ ନିଜର ତାରିଖ ଘୋଷଣା କରିଥାନ୍ତି। ପୂର୍ବରୁ ପାଖାପାଖି ୧୦ କୋଟି ଭୋଟର ପ୍ରାକ୍‌ ଭୋଟିଂ ପ୍ରକ୍ରିୟାରେ ମତଦାନ କରିଥିବା ବେଳେ ଆଜି ଆଉ ୬ କୋଟି ମତଦାନ କରିଛନ୍ତି। ତେଣୁ ସମସ୍ତ ବାଲଟପେପରର ପ୍ରସେସିଂ ସମୟସାପେକ୍ଷ, ସୁତରାଂ ଫଳାଫଳ ବାହାରିବା ମଧ୍ୟ ବିଳମ୍ବ ହୋଇପାରେ।

ସମ୍ବନ୍ଧିତ ଖବର