ନୂଆଦିଲ୍ଲୀ: ଆମେରିକାର ଇଲିନୟସ୍ଥିତ ‘ନର୍ଥୱେଷ୍ଟ୍‌ ୟୁନିଭର୍ସିଟି’ର ଇଞ୍ଜିନିୟର୍‌ମାନେ ବାୟୁ ପ୍ରଦୂଷଣ ମାତ୍ରା ଏବଂ ବାୟୁବାହିତ ରୋଗ ଉପରେ ଦୃଷ୍ଟି ରଖିବାରେ ସହାୟତା କଲା ଭଳି ଧୂଳି-କଣିକା ଆକାରର ଗୋଟାଏ ‘ଇଲେକ୍ଟ୍ରୋନିକ୍‌ ମାଇକ୍ରୋଚିପ୍‌’ ବା ‘ମାଇକ୍ରୋଫ୍ଲଇୟର୍‌’ ବା ଉଡ଼ନ୍ତା ଯନ୍ତ୍ର ନିର୍ମାଣ କରିଥିବା କଥା ବିଶ୍ବବିଦ୍ୟାଳୟ ରିଲିଜ୍‌ କରିଥିବା ପ୍ରେସ୍‌ ବିବୃତିରୁ ଜଣାପଡ଼ିଛି।

Advertisment

publive-image Image Courtesy of Northwestern Engineering

ମାନବ ନିର୍ମିତ ଉକ୍ତ କ୍ଷୁଦ୍ରତମ ଉଡ଼ନ୍ତା ଯନ୍ତ୍ରରେ ଇଞ୍ଜିନ୍‌ କିଂବା ମୋଟର୍‌ ଲାଗିନାହିଁ। ଏହା ‘ମ୍ୟାପଲ୍‌ଗଛ’ର ପଙ୍ଖାଲଗା ମଞ୍ଜି ପରି ପବନରେ ଉଡ଼ିବା ସହ ହେଲିକପ୍ଟର୍‌ ପରି ଘୂରି ଘୂରି ତଳକୁ ଆସୁଛି। ଯେତେ ଉପରୁ ଖସିଲେ ମଧ୍ୟ ଏହା ଗତିବେଗ ନିୟନ୍ତ୍ରଣ କରି ଧୀରେ ଧୀରେ ତଳେ ପଡୁଛି।

publive-image Image Courtesy of Now You Read Me

‘ମ୍ୟାପଲ୍‌ଗଛ’ ଏବଂ ବାୟୁଦ୍ବାରା ବିକ୍ଷେପ ହେଉଥିବା ଅନ୍ୟାନ୍ୟ ଉଦ୍ଭିଦର ଉଡ଼ନ୍ତା ମଞ୍ଜି ସବୁ ଅଧ୍ୟୟନ କରି ଇଞ୍ଜିନିୟର୍‌ମାନେ ଏହି ‘ମାଇକ୍ରୋଫ୍ଲାଇୟର୍‌’ର ପରିକଳ୍ପନା ଓ ନିର୍ମାଣ କରିଛନ୍ତି। ଏହି ଯନ୍ତ୍ରଟି ବିକଶିତ କରିଥିବା ଟିମ୍‌ର ମୁଖ୍ୟ ଜନ୍‌ ଏ ରୋଜର୍ସ କହନ୍ତି, ‘ଜୈବିକ ବିଶ୍ବ’ଦ୍ବାରା ଅନୁପ୍ରାଣିତ ହୋଇ ହାସଲ କରିଥିବା ବୁଦ୍ଧି ପ୍ରୟୋଗ କରି ଆମେ ଏହି ଯନ୍ତ୍ର ନିର୍ମାଣ କରିଛୁ। କୋଟି କୋଟି ବର୍ଷ ହେବ ପ୍ରକୃତି ଅତି ମାର୍ଜିତ ଭାବେ ଉଡ଼ନ୍ତା ମଞ୍ଜିଗୁଡ଼ିକୁ ରୂପ ଦେଇଛି। ସେଥିରୁ ଗ୍ରହଣ କରି ଥିବା ଚିନ୍ତାଧାରାକୁ ଆମେ ‘ଇଲେକ୍ଟ୍ରୋନିକ୍‌ ସର୍କିଟ୍‌ ପ୍ଲାଟ୍‌ଫର୍ମ’ରେ ଉପଯୋଗ କରିଛୁ। ଏହାଛଡ଼ା, ପିଲାମାନଙ୍କ ‘ପପ୍‌-ଅପ୍‌’ (ବହିକୁ ଖୋଲିବାମାତ୍ରେ ପୃଷ୍ଠାରୁ କଟାଯାଇ ଖଞ୍ଜାଯାଇଥିବା ଛବି ସବୁ ‘ଥ୍ରି-ଡି’ ହୋଇ ଉଠିପଡ଼େ) ପୁସ୍ତିକାଦ୍ବାରା ମଧ୍ୟ ଉଦ୍‌ବୁଦ୍ଧ ହୋଇଛୁ। ଆମ ଉଡ଼ନ୍ତା ଯନ୍ତ୍ରଟିକୁ ‘ପପ୍‌-ଅପ୍‌’ ପୁସ୍ତିକାର ‘ଥ୍ରି-ଡି’ ଛବି ଭଳି ‘ଥ୍ରି-ଡି’ ରୂପ ଦେଇଛୁ।

କେବଳ ଗୋଟିଏ ନୁହେଁ ସେ ଇଞ୍ଜିନିୟର୍‌ ଟିମ୍‌ ସମାନ ଚିନ୍ତାଧାରା ପ୍ରୟୋଗ କରି ଅନେକ ପ୍ରକାର ‘ମାଇକ୍ରୋ ଫ୍ଲାୟର୍ସ’ ନିର୍ମାଣ କରିଛନ୍ତି। ସେଥିରୁ ଗୋଟିକରେ ‘ଗୋଲ୍‌ଡେଲ୍‌ ରଡ୍‌’ ଫୁଲ ମଞ୍ଜି ପରି ତିନୋଟି ପଙ୍ଖା ରହିଛି।